ରଥଯାତ୍ରା ପାଇଁ ଅନୁମତି ନ ଦେବାକୁ ଅପିଲ କରିଥିବା ଆବେଦନକାରୀ ଓକିଲଙ୍କ ଘର ଉପରକୁ ଅଣ୍ଡା ମାଡ଼

ଭୁବନେଶ୍ୱର,୨୨।୬(ବ୍ୟୁରୋ): ମଙ୍ଗଳବାର ରଥଯାତ୍ରା। ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ସେ ନେଇ ଲାଗିରହିଛି ଆଶା ଆଶଙ୍କା। ଅନ୍ୟପକ୍ଷରେ ରଥଯାତ୍ରା ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ରଥଯାତ୍ରା ଅନୁଷ୍ଠିତ ନ ହେବା ଲାଗି ଅପିଲ କରିଥିବା ଓକିଲ ସୁଶାନ୍ତ ପାଢ଼ିଙ୍କ ଘର ଉପରକୁ ସୋମବାର ଅଣ୍ଡାମାଡ଼ ହୋଇଛି। ୧୫ ରୁ ୨୦ ଲୋକ ବାଇକ୍‌ରେ ଆସି ସୁଶାନ୍ତଙ୍କ ଭୁବନେଶ୍ୱର ବମିଖାଲ ସାଈ ବିହାରସ୍ଥିତ ଘର ଉପରକୁ ଅଣ୍ଡା, ଟେକା, ପଥର ମାଡ଼ କରିଛନ୍ତି। ପୋଲିସ ଉପସ୍ଥିତି ସତ୍ତ୍ୱେ ବିକ୍ଷୋଭକାରୀ ସୁଶାନ୍ତଙ୍କ ଘର ନିକଟରେ ପହଞ୍ଚି ମଣ୍ଡାମାଡ଼ କରିଥିଲେ। ଏଥିରେ ସୁଶାନ୍ତ ଘର ସମ୍ମୁଖରେ ଥିବା ତାଙ୍କର କାରର କାଚ ଓ ଝରକା କାଚ ଭାଙ୍ଗିଯାଇଛି। ଏହାକୁ ବିରୋଧ କରିବାରୁ ପୋଲିସ ସହ ସେମାନଙ୍କର ଠେଲାପେଲା ହୋଇଥିଲା। ଲକ୍ଷ୍ମୀସାଗର ପୋଲିସ, ସହିଦ ନଗର ପୋଲିସ, ଆଡିସ୍‌ନାଲ ଡିସିପି ତନାଘନା କରିଛନ୍ତି।

Share