ରଥଯାତ୍ରା ପାଇଁ ଅର୍କକ୍ଷେତ୍ର ଉତ୍ସବମୁଖର

କୋଣାର୍କ, ୪।୭(ଡି.ଏନ୍‌.ଏ.)-ଅର୍କକ୍ଷେତ୍ର କୋଣାର୍କରେ ଘୋଷଯାତ୍ର ମହାସମାରୋହରେ ପାଳିତ ହୋଇଯାଇଛି। ଜଗନ୍ନାଥ ଟେମ୍ପୁଲ ଟ୍ରଷ୍ଟ ରାଜାରାମ ମଠ ପକ୍ଷରୁ ଆୟୋଜିତ ଘୋଷଯାତ୍ରା ନିମନ୍ତେ ଗୁରୁବାର ପ୍ରତ୍ୟୁଷରୁ ମହାପ୍ରଭୂଙ୍କର ନୀତି ଯଥା ମଙ୍ଗଳ ଆଳତି, ମଇଲମ, ଅବକାଶ, ଖେଚୁଡିଧୂପ, ମନ୍ଦିରହୋମ, ରଥପ୍ରତିଷ୍ଠା ଓ ମନ୍ଦିରଧୂପ ପରେ ଅପରାହ୍ନ ଗୋଟାଏରେ ପହଣ୍ଡି ଆରମ୍ଭ ହୋଇ ୩ଘଟିକାରେ ରଥଟଣା ଆରମ୍ଭ ହୋଇଥିଲା। ଗୋପାଳଚନ୍ଦ୍ର ଦାଶ ଛେରା ପହଁରା କରିଥିଲେ ା ଶଙ୍ଖ, ଘଣ୍ଟ, ଘଣ୍ଟାର ତାଳେ ତାଳେ ଭକ୍ତମାନେ ରଥଟାଣିଥିଲେ। ସନ୍ଧ୍ୟା ପୂର୍ବରୁ ୩ରଥ ରାଉଳପାଟଣାସ୍ଥିତ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା ା ଟ୍ରଷ୍ଟବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ବାରିକଙ୍କ ତତ୍ତ୍ୱାବଧାନରେ ଟ୍ରଷ୍ଟବୋର୍ଡର ସମସ୍ତ ସଭ୍ୟ, ଶରତଚନ୍ଦ୍ର ସାହୁ, ରାମକୃଷ୍ଣ ମହାନ୍ତି ଓ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ। କୋଣାର୍କ ଥାନଧିକାରୀ ସଞ୍ଜୀବ କୁମାର ପ୍ରଧାନ ଆଇନଶୃଙ୍ଖଳା ରକ୍ଷା କରଥିଲେ।

Share