ରଥଯାତ୍ରା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ: ପୁରୀ ଜିଲାପାଳ

ପୁରୀ ଅଫିସ୍‌,୨୨।୬: ସୁପ୍ରିମକୋର୍ଟରେ ଚାଲିଛି ରଥଯାତ୍ରାର ଶୁଣାଣି। ସକରାତ୍ମକ ଫଳାଫଳ ଆସିବ ବୋଲି ଭକ୍ତଙ୍କ ମହଲରେ ବେଶ୍‌ ଉତ୍ସାହ ଖେଳିଯାଇଛି। ତେଣୁ ସମୟ ବହୁତ କମ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ସୋମବାର ଅପରାହ୍ନଣରେ ନୀଳାଦ୍ରି ଭକ୍ତନିବାସ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା କ୍ରିଶନ କୁମାର, ଜିଲାପାଳ ବଲଓ୍ବନ୍ତ ସିଂ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶାଳ ସିଂଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ରଥଯାତ୍ରାକୁ ଦୃଷ୍ଟିରେ ବିଭାଗୀୟ ପ୍ରସ୍ତୁତି କଣ କରାଯାଇଛି ତା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ପରିମଳ ସ୍ବାସ୍ଥ୍ୟ ରାସ୍ତାଘାଟ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନେ ଜଣାଇଥିଲେ। ତେବେ ଏ ସମ୍ପର୍କରେ ଜିଲାପାଳ ବଲଓ୍ବନ୍ତ ସିଂ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ଯାହା ଆସିବ ତାହାକୁ ଆମେ ପାଳନ କରିବୁ। ରଥଯାତ୍ରା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି।

Share