ରଥଯାତ୍ରା ପାଇଁ ପୁଣି ପିଟିସନ୍‌: ପୁରୀ ସହରକୁ ସଟ୍‌ଡାଉନ୍‌ କରି ରଥଯାତ୍ରା କରାଯାଉ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ହେଲେ ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ଶୁକ୍ରବାର ମୋଡିଫିକେସନ୍‌ ପିଟିସନ ଦାୟର ହୋଇଛି। ପକ୍ଷଭୁକ୍ତ ଆବେଦନକାରୀ ଅଫତାବ୍‌ ହୁସେନ୍‌ ପିଟିସନ୍‌ ଦାୟର କରିଛନ୍ତି। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦିଆଯାଉ। ପୁରୀ ସହରକୁ ସଟ୍‌ଡାଉନ୍‌ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ପିଟିସନ୍‌ରେ କୁହାଯାଇଥିବା ସୂଚନା ମିଳିଛି।

Share