ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ବ୍ୟୟ ଅଟକଳ ୧୦.୩୨ ଲକ୍ଷ

ଢେଙ୍କାନାଳ ଅଫିସ, ୩୧ା୫- ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରିବା ସହ ଉଭୟ ଗୁଣ୍ଡିଚା ଏବଂ ବାହୁଡ଼ା ଯାତ୍ରାକୁ ସରସସୁନ୍ଦର କରିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଚଳିତବର୍ଷ ରଥଯାତ୍ରା ପାଇଁ ୧୦ଲକ୍ଷ ୩୨ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ୨ରଥରେ ନୂତନ କପଡ଼ା ଏବଂ ନେତ ଲଗାଯିବ। ଏଥିସହ ଫୁଲରେ ସାଜସଜ୍ଜା କରିବାକୁ ନିଷ୍ପତ୍ତି ନିଆଯାଇଛି।
ଜୁଲାଇ ୪ରେ ଘୋଷଯାତ୍ରା ଅନୁଷ୍ଠିତ ହେବ। ଏଥିପୂର୍ବରୁ ରାଜପୁରୋଧା ପଞ୍ଚାନନ ମିଶ୍ରଙ୍କ ଦ୍ୱାରା ନୀତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଏହାକୁ ବୈଠକରେ ପାଠ କରାଯାଇଥିଲା। ପବିତ୍ର ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିଲାଗି ଆବଶ୍ୟକ ଧଉରା କାଠ ଅଣାଯାଇଥିବାବେଳେ ତୁରନ୍ତ ଶାଳକାଠ ଯୋଗାଇଦେବାକୁ ଜିଲାପାଳ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। ଲକ୍ଷ୍ମୀପୂଜା ସମୟରେ ମୁଖ୍ୟରାସ୍ତାରେ ତୋରଣ ନିର୍ମାଣ ପାଇଁ ଖୋଳାଯାଇଥିବା ଗାତଗୁଡ଼ିକୁ ପୋତିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ନବଦିନାତ୍ମକ ଘୋଷଯାତ୍ରା ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷା, ଟ୍ରାଫିକ ପରିଚାଳନା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟସେବା, ଆଶୁ ଚିକିତ୍ସା, ଉନ୍ନତମାନର ପୂଜା ସାମଗ୍ରୀ ବିକ୍ରୟ , ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ଟ୍ୟାଙ୍କର ମାଧ୍ୟମରେ ପାଣି ସିଞ୍ଚନ, ମାଦକ ଦ୍ରବ୍ୟ ନିଷେଧ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସେଣ୍ଟ ଜନ୍ସ ଆମ୍ବୁଲାନ୍ସ ପକ୍ଷରୁ ୨ ଭ୍ରାମ୍ୟମାଣ ଦଳ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ହେବେ।
ଜିଲାରେ ଖାଦ୍ୟ ନିରୀକ୍ଷକ ପଦବୀ ଖାଲିପଡ଼ିଛି। ଯାତ୍ରା ସମୟରେ ବାସି ଖାଦ୍ୟ ବିକ୍ରି ଉପରେ କଟକଣା ଜାରି କରାଯିବ। ଆଇନ ଉଲ୍ଲଂଘନ କରୁଥିବା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ରଥଗଡ଼ାରେ ଆମିଷ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗରେ କର୍ମଚାରୀ ଅଭାବ ରହିଛି। ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଧାରା ବିବରଣୀ ପ୍ରଦାନ କରାଯିବ ବୋଲି ଆଲୋଚନା ହୋଇଛି। ଗତବର୍ଷ ଘୋଷଯାତ୍ରାରେ ୧୦ଲକ୍ଷ ୪୪ହଜାର ଟଙ୍କା ବ୍ୟୟ ହୋଇଥିଲା। ଏଥର ହାରାହାରି ୧୨ ହଜାର ଟଙ୍କା କମ୍‌ ଅଟକଳ ହୋଇଛି। ତଥାପି ଘୋଷଯାତ୍ରାକୁ ଆଡମ୍ବର ସହକାରେ କରିବାକୁ ଗୁରୁତ୍ୱ ଦିଆଯାଇଥିଲା।
ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ରଥଯାତ୍ରା ଉପଲକ୍ଷେ ଆୟୋଜିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଅତିରିକ୍ତ ଏସ୍‌ପି ହରେକୃଷ୍ଣ ପ୍ରଧାନ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ପଡ଼ିଛି ଦନ୍ତାହାତୀ ଜିମିର ମୃତଦେହ

ଢେଙ୍କାନାଳ,୩ା୩(ରତନ ନାୟାର): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଁଳାବେରଣି ଜାମୁଝରି ନିକଟସ୍ଥ ଏକ ବିଲରେ ଦନ୍ତାହାତୀ ଜିମିର ମୃତଦେହ ସୋମବାର ସକାଳେ ବନ ବିଭାଗ ଉଦ୍ଧାର...

ବୁଦ୍ଧେଶର ଶୈବପୀଠରେ ମହାଶିରାତ୍ର ,୪.୧୫ରେ ଉଠିବ ମହାଦୀପ

ଭୁବନ ୨୬।୦୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନର ବୁେଶ୍ୱେର ଶୈପିଠରେ ମହାଶିରାତ୍ରୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି । ନିତି ର୍ନିଘଣ୍ଟ...

କପିଳାସରେ ଜାଗର: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ

ଢେଙ୍କାନାଳ,୨୬।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବ ପୀଠ କପିଳାସରେ ବୁଧବାର ମହାଶିବରାତ୍ରୀ ଉପଲକ୍ଷେ ପ୍ରସିଦ୍ଧ ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି...

ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ

ଢେଙ୍କାନାଳ,୨୫।୨(ରତନ ନାୟାର): ଜାଗର ଯାତ୍ରା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଅଘଟଣ। ପୀଠକୁ ଯାଇଥିବା ବାରବାଙ୍କ ରାସ୍ତାରେ ପୋଲିସମାନଙ୍କୁ ନେଇ ଫେରୁଥିବା ଏକ ଧଳା ରଙ୍ଗର...

ସ୍ତ୍ରୀଙ୍କୁ ଚିକେନ ତରକାରୀ ମାଗିଲେ ସ୍ବାମୀ; ନ ଦେବାରୁ କାନ ମୂଳକୁ ଦେଲେ ଶକ୍ତ ଚାପୁଡ଼ା…ଆଉ ତା’ପରେ

ଢେଙ୍କାନାଳ,୨୪।୨: ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଷଢ଼ଙ୍ଗୀ ଧନିଆନାଳୀ ମୁଣ୍ଡା ସାହିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ଚିକେନ ତରକାରୀ ନ ଦେବାରୁ ଜଘନ୍ୟ...

ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଢେଙ୍କାନାଳ,୨୩।୧(ରତନ ନାୟାର): ଶୋଇଥିବା ବେଳେ ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି କଳାଙ୍ଗ...

ଢେଙ୍କାନାଳରେ ଚାଞ୍ଚଲ୍ୟ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମାରି ଫିଙ୍ଗିଦେଲେ

କାମାକ୍ଷାନଗର,୨୦।୨: ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାରେଜ ଘରୁ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଠାବ...

ଏକା ସାଙ୍ଗରେ ଦଉଡ଼ି ଲଗାଇ ଝୁଲିପଡ଼ିଲେ ବାପ-ଝିଅ-ନାତି

ଢେଙ୍କାନାଳ,୧୫ା୨(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଚାଉଳିଆ ଖମାର ଗ୍ରାମରେ ଶନିବାର ଅପରାହ୍ନରେ ଗୋଟିଏ ପରିବାରର ୩ ଜଣ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri