ରଥଯାତ୍ରା ପାଇଁ ସବୁ ଚ୍ୟାନେଲକୁ ସିଧା ପ୍ରସାରଣ ଅନୁମତି

ପୁରୀ ଅଫିସ, ୧୧।୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ପ୍ରସାରଣ ପାଇଁ ଯେଉଁ କଟକଣା ଲାଗୁ କରିବାକୁ ଯୋଜନା କରାଯାଇଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସବୁ ଟିଭି ଚ୍ୟାନେଲମାନେ ଏହି ରଥଯାତ୍ରାକୁ ପ୍ରସାରଣ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି। ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଚ୍ୟାନେଲଗୁଡ଼ିକ ଏ ନେଇ ଶ୍ରୀମନ୍ଦିର ପାଣ୍ଠିକୁ କେତେକ ଆର୍ଥିକ ଅନୁଦାନ ସହାୟତା କରିବେ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସବୁ ଟିଭି ଚ୍ୟାନେଲର ମାଲିକମାନଙ୍କୁ ଡାକି ଏ ନେଇ ଏକ ବୈଠକ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। କୌଣସି ଚ୍ୟାନେଲ ରଥଯାତ୍ରା ପ୍ରସାରଣରୁ ବାଦ ପଡ଼ିବନି ବୋଲି ନିଷ୍ପତ୍ତି ହୋଇଛି।

Share