ପୁରୀ ଅଫିସ,୨୭।୪: ମହାମାରୀ କରୋନା ପାଇଁ ରଥଯାତ୍ରା ଆୟୋଜନକୁ ନେଇ ଆଶଙ୍କା ଦେଖାଦେଇଛି। ଚଳିତବର୍ଷ ରଥଯାତ୍ରା ଆୟୋଜନ ହେବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିବା ବେଳେ ମୁକ୍ତି ମଣ୍ଡପ ରଥଯାତ୍ରା ପ୍ରସଙ୍ଗରେ ତା’ର ପ୍ରତିକ୍ରିୟା ରଖିଛି। ମୁକ୍ତିପଣ୍ଡ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ରେ ଦର୍ଶାଯାଇଛି ଯେ, କରୋନାର ସ୍ଥିତିକୁ ଦେଖି ସୀମିତ ସେବକ ଓ ସ୍ପଳ୍ପ ପୋଲିସଙ୍କୁ ନେଇ ରଥଯାତ୍ରା କରାଯାଇ ପାରିବ। ତେବେ ଯଦି ରଥଯାତ୍ରା ବନ୍ଦ ହୁଏ ଏହା ହାନିକାରକ ନୁହେଁ। ପୁରୀର ସବୁ ପ୍ରବେଶ ପଥକୁ ସିଲ୍ କରାଗଲେ ମହାମାରୀ କରୋନାକୁ ପ୍ରତିହତ କରାଯାଇ ପାରିବ। କୌଣସି କାରଣ ବସତଃ ଯଦି ରଥଯାତ୍ରା ବନ୍ଦ ହେଲା ଏଥିରେ କୌଣସି ଅସୁବିଧା ନାହିଁ ବୋଲି ମୁକ୍ତି ମଣ୍ଡପ ଦର୍ଶାଇଛି। ଭକ୍ତ ଓ ସେବକ ସୁସ୍ଥ ରହିଲେ ମନ୍ଦିର ଓ ଦେବତା ହସିଉଠିବେ। ସର୍ବପରୀ ଜଗତ୍ଗୁରୁ ଶଙ୍କାରାଚାର୍ଯ୍ୟଙ୍କ ପରାମର୍ଶ ସର୍ବଜନଗ୍ରାହ୍ୟ ବୋଲି ମୁକ୍ତି ମଣ୍ଡପ ପକ୍ଷରୁ କୁହାଯାଇଛି।