ରଥଯାତ୍ରା ଭିଡ଼ ବେଳେ ଚୋରି, ୨ ଗିରଫ

ବାରିପଦା ଅଫିସ,୭ା୭- ବାରିପଦାରେ ଶନିବାର ରଥ ଟଣାଯିବା ବେଳେ ଭିଡର ସୁଯୋଗ ନେଇ ମୋବାଲ ଓ ପର୍ସ ଆଦି ଚୋରି କରିବା ଘଯଣାରେ ୨ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ଏଥିସହ ଜଣେ ନାବାଳକଙ୍କୁ ବାରିପଦା ଟାଉନ ଥାନା ପୋଲିସ ଅଟକ ରଖିଛି। ସେମାନଙ୍କ ଠାରୁ ୬ ଟି ମୋବାଇଲ, ୫ ହଜାର ୯ ଶହ ଟଙ୍କା ଏବଂ ୩ଶହ ଯଙ୍କା ଥିବା ଗୋଟିଏ ପର୍ସ ଜବତ କରାଯାଇଛି। ଗିରଫ ଯୁବକ ଦ୍ୱୟ ହେଲେ ପଶ୍ଚିମବଙ୍ଗ ରାଜ୍ୟ ଖଡଗପୁର ଅଞ୍ଚଳର ଶିବା ସିଂ ଓ ଭାରତ ସିଂ । ସୁଭଦ୍ରାଙ୍କ ରଥ ନିକଟରେ ସନ୍ଦେହ ଜନକଭାବେ ବୁଲୁଥିବା ବେଳେ ସାଦା ପୋଷାକରେଥିବା ପୋଲିସ ଅଧିକାରୀମାନେ ସେମାନଙ୍କୁ ଧରିିଥିଲେ।