ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୪।୭: ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା। ଦାରୁବ୍ରହ୍ମଙ୍କ ଏହି ଅପୂର୍ବ ଲୀଳା ଦେଖିବା ଲାଗି ବଡ଼ଦାଣ୍ଡ ହୋଇଛି ଭକ୍ତମୟ। ଏହାସହ ପାଗ ଅନୁକୂଳ ରହିଥିବାରୁ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଶେଷ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ଧାଡ଼ି ପହଣ୍ଡି ଶେଷ ହେବା ପରେ ରଥାରୂଢ଼ ହୋଇଛନ୍ତି ପ୍ରଭୁ ଜଗନ୍ନାଥ। ଏହାପରେ ମଧ୍ୟାହ୍ନ ୧୨ଟା ୩୦ରେ ରଥକୁ ମଦନମୋହନ ବିଜେ କରିବେ। ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ୪ଟା ସୁଦ୍ଧା ରଥଟଣା ଆରମ୍ଭ ଲାଗି ନୀତି ନିର୍ଘଣ୍ଟ ହୋଇଛି।

Share