Advertisement

ରଥ ଆଶା ଛାଡ଼ିଲେ ମହାରଣା ସେବକ

ପୁରୀ ଅଫିସ, ୬।୫: କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ରଥ ଅନୁକୂଳ ପରଠାରୁ ଇତିମଧ୍ୟରେ ୧୧ ଦିନ ବିତିଗଲାଣି। ହେଲେ ଏ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ରଥ ନିର୍ମାଣ ନେଇ ମହାରଣା ସେବକଙ୍କ ପାଖକୁ କୌଣସି ନିର୍ଦ୍ଦେଶ ଆସି ନ ଥିବା ବେଳେ ଏ ବର୍ଷ ରଥ ଆଶା ସମ୍ପୂର୍ଣ୍ଣ ଛାଡ଼ିଦେଇଛୁ ବୋଲି କହିଛନ୍ତି ନଦୀଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର। ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହେବାକଥା। ବୁଧବାର ନୃଶିଂହ ଚତୁର୍ଦ୍ଦଶୀରେ କୋଣ ଭୂଜ ଅନୁକୁଳ ହୋଇଥାନ୍ତା। ହେଲେ ଏହା ସମ୍ଭବ ହୋଇପାରି ନାହିଁ। ବିଦ୍ଧିବିଧାନ ଅନୁସାରେ ଆଉ କାମ ହୋଇପାରିବ ନାହିଁ। ଏ ବର୍ଷ ବୋଧେ ଆଉ ରଥ ହୋଇପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସେବକ ମହାପାତ୍ର।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share