Categories: ବାଣିଜ୍ୟ

ରପ୍ତାନିରେ ହ୍ରାସ ଧାରା ଜାରି

ନୂଆଦିଲ୍ଲୀ,୧୫-୧୨: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ପଞ୍ଚମ ଥର ଲାଗି ରପ୍ତାନିରେ ହ୍ରାସ ଘଟିଛି। ଚଳିତ ବର୍ଷ ନଭେମ୍ବରରେ ଦେଶ ମଧ୍ୟରୁ ରପ୍ତାନି ୦.୩୨% ଖସିଛି। ବିଶ୍ୱ ସ୍ତରରେ ଚାହିଦା ହ୍ରାସ, ଅଶୋଧିତ ତୈଳ ମୂଲ୍ୟ କମ୍‌ ରହିବା ଯୋଗୁ ଭାରତ ପେଟ୍ରୋଲିୟମ ସାମଗ୍ରୀ ରପ୍ତାନି କମିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ସେହିଭଳି ଆମଦାନୀ ମଧ୍ୟ ୬ ମାସ ଲାଗି ହ୍ରାସ ଘଟିଛି। ଅର୍ଥ ବ୍ୟବସ୍ଥାରେ ଚାହିଦା ହ୍ରାସ ହେବା ଯୋଗୁ ପେଟ୍ରୋଲିୟମ, ଇଞ୍ଜିନିୟରିଂ ଏବଂ ଶିଳ୍ପ କ୍ଷେତ୍ରରେ ମାନ୍ଦାବସ୍ଥା ଲାଗି ରହିଛି। ଅଶୋଧିତ ତୈଳ ଆମଦାନୀ କମିବା ଯୋଗୁ ବାଣିଜ୍ୟ ନିୟଣ୍ଟ ମଧ୍ୟ କମ୍‌ ରହିଛି। ନଭେମ୍ବରରେ ଆମଦାନୀ ୧୨.୭୧% କମିବା ଯୋଗୁ ବାଣିଜ୍ୟ ନିଅଣ୍ଟ ୧୨.୧୨ ବିଲିୟନ ଡଲାର ରହିଛି। ଏହା ଗତ ବର୍ଷ ସମାନ ସମୟରେ ୧୬.୬୧ ବିଲିୟନ ଡଲାର ରହିଥିଲା ବୋଲି ସରକାର ଜାରି କରିଥିବା ଡାଟାରୁ ସାମ୍ନାକୁ ଆସିଛି। ଚମଡା, ଜେମ୍‌ସ ଆଣ୍ଡ ଜୁଏଲେରୀ, ରେଡି ମେଡ ଗାର୍ମେଣ୍ଟ, ପେଟ୍ରୋଲିୟମ ରପ୍ତାନି କମିଛି।

Share