ନୂଆଦିଲ୍ଲୀ,୧୬।୬: ଭାରତର ରପ୍ତାନି ଲଗାତର ଭାବେ ୩ ମାସ ଲାଗି ହ୍ରାସ ଘଟିଛି। ମେ ମାସରେ ଏହା ୩୬.୪୭% ହ୍ରାସ ହୋଇ ୧୯.୦୫ ବିଲିୟନ ଡଲାର ରହିଛି। ପେଟ୍ରୋଲିୟମ,ବୟନ, ଇଞ୍ଜିନିୟରିଂ, ଜେମ୍ସ ଏବଂ ଜୁଏଲେରି ରପ୍ତାନି କମିବା ଯୋଗୁ ଏଭଳି ସ୍ଥିତି ଦେଖାଯାଇଛି। ଏହି ସମୟ ମଧ୍ୟରେ ଆମଦାନୀ ୫୧% ହ୍ରାସ ଘଟି ୨୨.୨ ବିଲିୟନ ଡଲାର ରହିଛି। ବର୍ତ୍ତମାନ ସମୟରେ ବାଣିଜ୍ୟ ନିଅଣ୍ଟ ୩.୧୨ ବିଲିୟନ ଡଲାର ରହିଛି। ଏହା ଗତବର୍ଷ ସମାନ ସମୟରେ ୧୫.୩୬ ବିଲିୟନ ଡଲାର ରହିଥିଲା। ଏପ୍ରିଲ-ମେ’ରେ ରପ୍ତାନି ୪୭.୫୪ % ହ୍ରାସ ଘଟି ୨୯.୪୧ ବିଲିୟନ ଡଲାର ରହିଛି। ଏହି ସମୟରେ ଆମଦାନୀ ୫.୬୭% ହ୍ରାସ ହୋଇ ୩୯.୩୨ ବିଲିୟନ ଡଳାରକୁ ଖସିଛି। ଏହି ୨ ମାସରେ ବାଣିଜ୍ୟ ନିଅଣ୍ଟ ୯.୯୧ ବିଲିୟନ ଡଲାର ରହିଛି। ମେ ମାସରେ ତେଲ ଆମଦାନୀ ୩.୪୯ ବିଲିୟନ ଡଲାର ରହିଥିବା ବେଳେ ଗତ ବର୍ଷ ସମାନ ସମୟରେ ଏହା ୧୨.୪୪ ବିଲିୟନ ଡଲାର ରହିଥିଲା। ସେହିଭଳି ସୁନା ଆମଦାନୀ ୯୮.୪% ଖସି ୭୬.୩୧ ନିୟୁତ ଡଲାର ରହିଥିବା ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।