Categories: ବାଣିଜ୍ୟ

ରପ୍ତାନି ୬% ହ୍ରାସ,ବାଣିଜ୍ୟ ନିଅଣ୍ଟ କମିଲା

ନୂଆଦିଲ୍ଲୀ,୧୪-୯: ଦେଶର ରପ୍ତାନି ଅଗଷ୍ଟରେ ୬.୦୫% ହ୍ରାସ ପାଇ ୨୬.୧୩ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହି ଅବଧିରେ ଆମଦାନୀ ବାର୍ଷିକ ଆଧାରରେ ୧୩.୪୫ ପ୍ରତିଶତ ହ୍ରାସ ପାଇ ୩୯.୫୮ ବିଲିୟନ ଡଲାରରେ ପହଞ୍ଚତ୍ଛି। ଫଳରେ ଦେଶର ବାଣିଜ୍ୟ ନିଅଣ୍ଟ ପରିମାଣ ୧୩.୪୫ ବିଲିୟନ ଡଲାରକୁ ଖସିଆସିଛି। ଗତବଷର୍ର୍ ଏହି ସମୟରେ ଏହା ୧୭.୯୨ ବିଲିୟନ ଡଲାର ଥିଲା। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି ତଥ୍ୟ ଅନୁଯାୟୀ, ଅଗଷ୍ଟରେ ଲୌହ ଗୁଣ୍ଡ, ଇଲେକ୍ଟ୍ରୋନିକ, ମସଲା ଓ ସମୁଦ୍ର ଜାତ ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି ବଢ଼ିଛି। ଅନ୍ୟପକ୍ଷରେ ରନତ୍ ଓ ଅଳଙ୍କାର, ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନି ହ୍ରାସ ପାଇଛି। ତେବେ ପେଟ୍ରୋଲିୟମ ଆମଦାନୀ ୮.୯% ହ୍ରାସ ପାଇ ୧୦.୮୮ ବିଲିୟନ ଡଲାର ରହିଛି। ସେହିପରି ଅଣ ପେଟ୍ରୋଲିୟମ ପଦାର୍ଥ ଆମଦାନୀ ୧୫ ପ୍ରତିଶତ ହ୍ରାସ ପାଇ ୨୮.୭୧ ବିଲିୟନ ଡଲାର ହୋଇଛି। ଚଳିତ ଆର୍ଥିକ ବର୍ଷରେ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ୫ ମାସରେ ମୋଟ ରପ୍ତାନି ବର୍ଷକ ପୂର୍ବେ ଏହି ଅବଧିରେ ହୋଇଥିବା ରପ୍ତାନି ତୁଳନାରେ ୧.୫୩% ହ୍ରାସ ପାଇ ୧୩୩.୫୪ ବିଲିୟନ ଡଲାର ହୋଇଛି। ସେହିଭଳି ଏହି ଅବଧିରେ ଆମଦାନୀ ୫.୬୮ ପ୍ରତିଶତ କମି ୨୦୬.୩୯ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହି ମାସରେ ସୁନା ଆମଦାନୀ ୬୨.୪୯ ପ୍ରତିଶତ ହ୍ରାସ ପାଇ ମାତ୍ର ୧.୩୬ ବିଲିୟନ ଡଲାର ହୋଇଛି। ଲୁତ୍ଧିୟାନାର ପ୍ରମୁଖ ରପ୍ତାନିକାରୀ ଏସ୍‌.ସି.ରାଲହାନ୍‌ କହିଛନ୍ତି ଯେ, ରପ୍ତାନି କ୍ଷେତ୍ରରେ ସରକାରୀ ସହାୟତା ଘୋଷଣା କରିବାର ଏହାହିଁ ପ୍ରକୃଷ୍ଟ ସମୟ। ଅନ୍ୟପକ୍ଷରେ କାଉନସିଲ୍‌ ଫର୍‌ ଲେଦର ଏକ୍ସପୋଟର୍‌ସ ଅଧ୍ୟକ୍ଷ ପାନାରୁନା ଆକିଲ ଅହମ୍ମଦ କହିଛନ୍ତି ଯେ, ରପ୍ତାନି ହ୍ରାସ ଅସ୍ଥାୟୀ। ଆଗାମୀ ମାସଗୁଡ଼ିକରେ ପୁନର୍ବାର ରପ୍ତାନି ବୃଦ୍ଧି ପାଇବ।

Share