Categories: ଜାତୀୟ

ରବର୍ଟଙ୍କୁ କହିଲେ ପ୍ରିୟଙ୍କା:ତୁମେ ଏବେ ବି ମୋତେ ରାତ୍ରଭୋଜନରେ ନେଇ ଯାଇପାରିବ

ନୂଆଦିଲ୍ଲୀ, ୧୭।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବୁଧବାର ୨୨ବର୍ଷ ପୁରୁଣା ବିବାହ ବେଳର ଫଟୋ ଶେୟାର କରିଛନ୍ତି। ଏହି ଅବସରରେ ସ୍ବାମୀ ରବର୍ଟ ଭଦ୍ରାଙ୍କୁ କହିଛନ୍ତି ଯେ, ତୁମେ ଏବେ ବି ମୋତେ ରାତ୍ରଭୋଜନ ପାଇଁ ସାଙ୍ଗରେ ନେଇଯାଇପାରିବ। ସୂଚନାଯୋଗ୍ୟ, ପ୍ରିୟଙ୍କା ଏକ ରାଜନୈତିକ ପରିବାରରୁ ଆସିଥିଲେ ମଧ୍ୟ ଫେବୃୟାରୀ ୧୮, ୧୯୯୭ରେ ଜଣେ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ବିବାହ କରିଥିଲେ। ବିବାହ ପରେ ମଧ୍ୟ ସେ ସକ୍ରିୟ ରାଜନୀତିରେ ରହିଛନ୍ତି। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।

Share