Categories: ଜାତୀୟ

ରବର୍ଟ ଭଦ୍ରା ଅସୁସ୍ଥ

ନୂଆଦିଲ୍ଲୀ,୨୨।୧୦: ଅସୁସ୍ଥ ହୋଇ ପଡିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା। ସୋମବାର ତାଙ୍କୁ ସେକ୍ଟର ୧୧ରେ ଥିବା ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହାଡରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲ ଯିବାକୁ ପଡିଛି। କାର୍ଯ୍ୟବ୍ୟସ୍ତତା ଯୋଗୁ ରବର୍ଟଙ୍କ ସ୍ତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଳମ୍ବିତ ରାତିରେ ତାଙ୍କୁ ଦେଖିବାକୁ ହସ୍ପିଟାଲ ପହଞ୍ଚିଥିବା କୁହାଯାଏ। ଏହି ଖବର ମିଳିବା ପରେ ହସ୍ପିଟାଲ ବାହାରେ କଂଗ୍ରେସ କର୍ମୀଙ୍କ ଭିଡକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ତାଙ୍କ ପିଠି ଓ ଗୋଡ଼ରେ ଯନ୍ତ୍ରଣା ହେଉଥିବା ସୂଚନା ମିଳିଥିଲେ ବି ହସ୍ପିଟାଲ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

Share