ରବିନା, ଭାରତି, ଫରହାଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୨୬।୧୨: ବଲିଉଡ୍‌ ନାୟିକା ରବିନା ଟଣ୍ଡନ, ଫିଲ୍ମ ମେକର ଫରହା ଖାଁ ଓ କମେଡିଆନ୍‌ ଭାରତି ସିଂଙ୍କ ନାଁରେ ଆସିଛି ଅଭିଯୋଗ। ଅଜନାଲା(ଅମୃତସର) ଡିଏସ୍‌ପି ସୋହନ ସିଂ ଏମାନଙ୍କ ବିରୋଧରେ ଏକ ଅଭିଯୋଗ ପାଇଥିବା କହିଛନ୍ତି। ଏକ ଟେଲିଭିଜନ ଶୋ’ ମାଧ୍ୟମରେ ସେ ଖ୍ରୀଷ୍ଟଧର୍ମୀଙ୍କ ଧର୍ମୀୟ ଭାବନାରେ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଂ କହିଛନ୍ତି। ଖ୍ରୀଷ୍ଟମାସରେ ପ୍ରସାରିତ ଏକ କାର୍ଯ୍ୟକ୍ରମରେ ସେମାନେ ଏମିତି କିଛି ଶବ୍ଦ ବ୍ୟବହାର କରିଥିଲେ ଯାହା ପରେ ଲୋକଙ୍କ ମନରେ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି।

Share