ରବିବାରଠାରୁ ଖୁଦୁରୁକୁଣୀ ଓଷା: ଭାଇର ଶୁଭ ମନାସି ମା’ ମଙ୍ଗଳାଙ୍କୁ ପୂଜା କରିବେ ଭଉଣୀ

କେନ୍ଦୁଝର.୧୭।୮(ସ୍ବ.ପ୍ର.): ରବିବାରଠାରୁ ଆରମ୍ଭ ହେଉଛି ମା’ ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା। ଭାଇର ଶୁଭ ମନାସି ଭଉଣୀମାନେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରି ବ୍ରତ ରଖିଥାନ୍ତି। ଏ ନେଇ ବଜାର, ରାସ୍ତାଘାଟ ସବୁଆଡ଼େ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବିକ୍ରି ହେଉଛି। କେନ୍ଦୁଝର ସହର ରାସ୍ତାକଡ଼ରେ ମଧ୍ୟ ମା’ଙ୍କ ମୂର୍ତ୍ତିର ପସରା ମେଲିଥିବା ଦେଖିବାକୁ ମିଳିଛି।