ଚଣ୍ଡିଗଡ଼,୨୬।୧୦: ହରିୟାଣା ରାଜନୀତିର ଅଙ୍କକଷା ଭିତରେ ରବିବାର ଭାଜପା ନେତା ମନୋହର ଲାଲ ଖଟ୍ଟର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରବିବାର ଅପରାହ୍ନ ୨ଟା ୧୫ରେ ସେ ଶପଥ ଗ୍ରହଣ କରିବେ। ଶନିବାର ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେବା ସହ ସରକାର ଗଠନ କରିବାକୁ ଅନୁରୋଧ କରିଥିଲେ। ଆଉ ଏହାକୁ ରାଜ୍ୟପାଳ ଗ୍ରହଣ କରି ନେଇଥିବା ସେ କହିଛନ୍ତି। ରବିବାର ରାଜ ଭବନ ପରିସରରେ ଖଟ୍ଟର ମୁଖ୍ୟମନ୍ତ୍ରୀ ଭାବେ ଶବଥ ନେବେ। ଏହାସହ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସେ ସୂଚନା ଦେଇଛନ୍ତି।