Categories: ଫୁରସତ

ରବିବାର ଆପଣାନ୍ତୁ ଏହି ଉପାୟ, ରହିବନି ଧନର ଅଭାବ

ସୁଖଶାନ୍ତିରେ ରହିବା ପାଇଁ ଆମେ କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରିଥାଉ। ଏହା ସତ୍ତ୍ୱେ ହାତରେ ଟଙ୍କାଟିଏ ରହେ ନାହିଁ। ତେବେ ରବିବାର ଏମିତି କିଛି ଉପାୟ ଆପଣାନ୍ତୁ ଯାହାଦ୍ୱାରା ଧନର ଅଭାବ ରହିବ ନାହିଁ। ସୂର୍ଯ୍ୟଦେବତାଙ୍କୁ ଯଶ ଏବଂ ବୈଭବ ଦେବତା ବୋଲି ବିଶ୍ୱାସ ରହିଛି। ରବିବାର ହେଉଛି ସୂର୍ଯ୍ୟଙ୍କ ବାର। ଏହିଦିନ ସୂର୍ଯ୍ୟଦେବଙ୍କୁ ପୂଜା କଲେ ଘରେ ସୁଖଶାନ୍ତି ବଜାୟ ରହିବା ସହ ଧନର ଅଭାବ ରହେ ନାହିଁ।
ଏହିଦିନ କ’ଣ କରିବେ ଜାଣନ୍ତୁ :
ରାତିରେ ଶୋଇବା ସମୟରେ ଗୋଟିଏ ଗ୍ଲାସ କ୍ଷୀର ମୁଣ୍ଡ ପାଖରେ ରଖିଦିଅନ୍ତୁ। ଯେମିତି କ୍ଷୀର ଗ୍ଲାସ ପଡ଼ି ନ ଯାଏ। ତା’ ପରଦିନ ସ୍ନାନ କରି ଏହି କ୍ଷୀର ଗ୍ଲାସକୁ ନେଇ କୌଣସି ଏକ କଣ୍ଟାଗଛ ମୂଳେ ଢାଳି ଦିଅନ୍ତୁ। ପ୍ରତ୍ୟେକ ରବିବାର ଏହି ଉପାୟ ଅବଲମ୍ବନ କରି ଚମତ୍କାରିତା ଦେଖନ୍ତୁ।

Share