ରବିବାର ଖୋଲିବ ବହିଦୋକାନ: ରୋଗୀ ଯାତାୟତ ପାଇଁ ପ୍ରଶାସନ ଧାର୍ଯ୍ୟ କଲା ଅଟୋ ଭଡ଼ା

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଭଦ୍ରକରେ ଆଶିଂକ ଭାବେ ଏହାକୁ କୋହଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରୋଗୀ ନେବା ଆଣିବା ପାଇଁ ଅଟୋ ଚଳାଚଳ କରିବା ଲାଗି ଭଦ୍ରକ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏଥିପାଇଁ ଜିଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କଠାରୁ ଅନୁମତି ନେବାକୁ କୁହାଯାଇଛି। ଏଥିସହ ପ୍ରଶାସନ ପକ୍ଷରୁ ଅଟୋ ଭଡ଼ା ମଧ୍ୟ ଧାର୍ଯ୍ୟ କରାଯାଇଛି। ଯାହାଫଳରେ ଅଟୋ ଚାଳକ ଆଉ ଯାତ୍ରୀଙ୍କଠାରୁ ମନମୁଖୀ ଭଡ଼ା ଆଦାୟ କରିପାରିବେ ନାହିଁ। ସେହିପରି କେବଳ ରବିବାର ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ବହି ଦୋକାନ ଖୋଲାଯିବ। ଏନେଇ ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

Share