ରବିବାର ବାରବାଟୀରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ ଅନ୍ତିମ ଦିନିକିଆ, ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ପୋଲିସ ଡିଜି

କଟକ ଅଫିସ,୨୦।୧୨: ରବିବାର କଟକର ବାରବାଟୀରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ତଥା ୩ୟ ମ୍ୟାଚ୍‌। ଏହା ପୂର୍ବରୁ ଶୁକ୍ରବାର ପୋଲିସ ଡିଜି ଅଭୟ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ତାଙ୍କ ସହ ପୋଲିସ କମିଶନର, କଟକ ଡିସିପି ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ଡିଜି କହିଛନ୍ତି, ଷ୍ଟାଡିୟମ ସୁରକ୍ଷାର ସମସ୍ତ ବ୍ୟବସ୍ଥା ସରିଛି। ଏଥିଲାଗି ୮୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ରହିବେ। ସୁରକ୍ଷା ତଦାରଖ ପାଇଁ ଲ’ ଆଣ୍ଡ ଅର୍ଡର ଓ ଗୁଇନ୍ଦା ଡିଜି ରହିବେ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ମ୍ୟାଚ୍‌ ଲାଗି ଗୁରୁବାର ଅପରାହ୍ନରେ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଶାଖାପାଟଣାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ଜିତି ସିରିଜକୁ ୧-୧ର ସମାନସ୍ତରକୁ ଆଣିଛି। ଏଣୁ ବାରବାଟୀରେ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ଏହାକୁ ନେଇ କ୍ରିଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।

Share