ଜାକର୍ତ୍ତା,୧୧।୮: ଇଣ୍ଡୋନେସିଆରେ ରବିବାର ଭୋର୍ ୪ଟା ୧୪ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ସୁମାତ୍ରା ଉପକୂଳରେ ହୋଇଥିବା ଏହି ଭୂକମ୍ପର କେନ୍ଦ୍ର ଭୂଗର୍ଭର ୩୭ କିଲୋମିଟର ତଳେ ଥିବା ଅନୁମାନ କରାଯାଉଛି। ଭୂକମ୍ପ ହେବାରୁ ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ପ୍ରଶାନ୍ତ ମହାସାଗରର ରିଙ୍ଗ୍ ଅଫ୍ ଫାୟାର ଜୋନ୍ରେ ଇଣ୍ଡୋନେସିଆ ଥିବାରୁ ଏଠାରେ ଅଧିକାଂଶ ସମୟରେ ଭୂକମ୍ପ ଅନୁଭୁତ ହୋଇଥାଏ। ସୂଚନାଯୋଗ୍ୟ, ଅଗଷ୍ଟ ୨ରେ ଏଠାରେ ୬.୯ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଶହରୁ ଅଧିକ ଘର ଭାଙ୍ଗିରୁଜି ଯାଇଥିଲା।