Categories: ଜାତୀୟ

ମାଆଙ୍କ ଆଶୀର୍ବାଦ ନେବେ ମୋଦି

ନୂଆଦିଲ୍ଲୀ,୨୬ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଗୁଜୁରାଟର ଅହମ୍ମଦାବାଦରେ ପହଞ୍ଚି ମାଆ ହୀରାବେନ୍‌ଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିବେ। ଲୋକସଭା ନିର୍ବାଚନରେ ଏନ୍‌ଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ମେ ୩୦ରେ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମୋଦି। ଏହା ପୂର୍ବରୁ ସୋମବାର ବାରାଣସୀରେ ପହଞ୍ଚି ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଇବେ। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ‘ରବିବାର ସନ୍ଧ୍ୟାରେ ମୋ ମାଆଙ୍କ ଆଶୀର୍ବାଦ ନେବାକୁ ଗୁଜୁରାଟ ଯିବି। ଗୋଟିଏ ଦିନ ପରେ କାଶୀ ଯିବି। ଯେଉଁଠି ଏ ପୃଥିବୀର ଲୋକେ ମୋ’ ଉପରେ ବିଶ୍ୱାସ ଆଉ ଭରସା ରଖିଛନ୍ତି। ସେମାନଙ୍କୁ ଧନ୍ୟବାଦ ଦେବି।’

Share