ରାଞ୍ଚି,୨୭।୧୨: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍), କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ମେଣ୍ଟକୁ ବହୁମତ ମିଳିଛି। ବହୁମତ ମିଳିବା ପରେ ସରକାର ଗଠନ ନେଇ ୩ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜେଏମ୍ଏମ୍ର ମୁଖ୍ୟ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି। ଡିସେମ୍ବର ୨୯ରେ ରାଞ୍ଚିର ମୋରହାବାଦୀ ମଇଦାନରେ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ। ଏହି ଶପଥ ସମାରୋହରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସମେତ ବହୁ ତୁଙ୍ଗନେତା ସାମିଲ ହେବେ ବୋଲି ଜଣାପଡ଼ିଛି।