Categories: ମେଟ୍ରୋ

ରବିବାର ସକାଳ ୬ରୁ ୭ଟା ଯାଏ ବନ୍ଦ ରହିବ ହେଲ୍ପଲାଇନ୍‌ ୧୦୪

ଭୁବନେଶ୍ୱର,୨୮ା୩(ବ୍ୟୁରୋ)- ବିଶ୍ୱ ମହାମାରୀ କରୋନା ଭୂତାଣୁ(କୋଭିଡ-୧୯) ବିଷୟରେ କୌଣସି ପ୍ରକାରର ସହାୟତା ପାଇଁ ରାଜ୍ୟ ସରକାର ପକ୍ଷରୁ ହେଲ୍ପ ଲାଇନ ୧୦୪ ନମ୍ବର ଜାରି କରାଯାଇଛି। ଯେ କେହି ବି ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ଥଣ୍ଡା, ଜ୍ୱର, କାଶ କିମ୍ବା କରୋନା ରୋଗ ସମ୍ବନ୍ଧୀୟ ବିଷୟରେ ଜାଣିବା ପାଇଁ ୧୦୪ ନଂରେ ଯୋଗାଯୋଗ କରି ଡାକ୍ତରମାନଙ୍କଠାରୁ ପରାମର୍ଶ ନେଇପାରିବେ। କିନ୍ତୁ ରବିବାର ତଥା ମାର୍ଚ୍ଚ ୨୯ରେ ଏହି ହେଲ୍ପ ଲାଇନ ନମ୍ବର ୧୦୪ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବନି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛିି। ଏଥିରେ କୌଣସି ରକ୍ଷଣାବେକ୍ଷଣରେ କାର୍ଯ୍ୟ ଏବଂ ଟେକ୍ନିକାଲର ଅପଗ୍ରେଡେଶନ ଯୋଗୁ ଏହାକୁ ଏକ ଘଣ୍ଟା ଯାଏ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସହଯୋଗ ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଉଛି।

Share