ରବି କାନ୍ତ ସ୍ବତନ୍ତ୍ର ଆବାସିକ କମିଶନର ନିଯୁକ୍ତ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ୧୯୯୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ରବି କାନ୍ତଙ୍କୁ ରାଜ୍ୟ ସରକାର ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନର ସ୍ବତନ୍ତ୍ର ଆବାସିକ କମିଶନର ଭାବେ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଶନିବାର ଏନେଇ ଗଣମାଧ୍ୟମକୁ ଅବଗତ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଏନେଇ ସ୍ବତନ୍ତ୍ର ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ରବି କାନ୍ତ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନର(ସିଆରସି)ଙ୍କ ସ୍ବତନ୍ତ୍ର ଅଧିକାରୀ(ଓଏସ୍‌ଡି)ଭାବେ କାର୍ଯ୍ୟ କରିଆସୁଥିଲେ।

Share