Categories: ମେଟ୍ରୋ

‘ରବି ଧାନ ସଂଗ୍ରହ ଉପରେ ସରକାରଙ୍କ ଗୁରୁତ୍ୱ’

ଭୁବନେଶ୍ୱର,୨୪।୪(ବ୍ୟୁରୋ): କରୋନା ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ ବଳବତ୍ତର ରହିଛି। ଏହି ଦୃଷ୍ଟିରୁ ରାଜ୍ୟରେ ଲୋକମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ତ୍ୱରାନ୍ବିତ ପଦକ୍ଷେପ ନେବା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଗୁରୁବାର ଲୋକସେବା ଭବନରେ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଏବଂ କାର୍ଯ୍ୟକ୍ରମର ମନ୍ତ୍ରୀ ସମୀକ୍ଷା କରିଛନ୍ତି।
ରବିଧାନ ସଂଗ୍ରହ ସମୟରେ ଧାନ ସଂଗ୍ରହ କେନ୍ଦ୍ର ନିମନ୍ତେ ଜାରି କରାଯାଇଥିବା ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟାକୁ କଡ଼ାକଡ଼ି ଭାବରେ ଅନୁପାଳନ କରିବା ପାଇଁ ମନ୍ତ୍ରୀ ନିଦ୍ଦେର୍ର୍ଶ ଦେଇଥିଲେ। ସାମାଜିକ ଦୂୂରତ୍ୱ, ମାସ୍କ, ରୁୁମାଲ, ଗାମୁଛା ଆଦି ବ୍ୟବହାର, ମଣ୍ଡି ଏବଂ ଏଥିରେ ବ୍ୟବହୃତ ଯନ୍ତ୍ରପାତିକୁ ସାନିଟାଇଜ୍‌ କରିବା ସହିତ ମଣ୍ଡିରେ ପର୍ଯ୍ୟାପ୍ତ ପରିମାଣର ସାନିଟାଇଜର, ସାବୁନ, ପାଣି ଇତ୍ୟାଦି ଉପଲବ୍ଧ କରାଇବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

Share