Categories: ବାଣିଜ୍ୟ

ରବି ମିଶ୍ର ଆର୍‌ବିଆଇ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର

ମୁମ୍ବାଇ,୧୬-୬: ଓଡ଼ିଶାର ଡ.ରବି ଏନ. ମିଶ୍ରଙ୍କୁ ପଦନ୍ନୋତି ଦିଆଯାଇ ରିଜର୍ଭ ବ୍ୟାଙ୍କର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି। ରୋଜମେରୀ ସେବାଷ୍ଟିଆନଙ୍କ ଅବସର ପରେ ଏହି ପଦଟି ଦୀର୍ଘଦିନ ହେଲା ଖାଲି ପଡିଥିଲା। ଏଥିପୂର୍ବରୁ ମିଶ୍ର କେନ୍ଦ୍ରୀୟ ବ୍ୟାଙ୍କର ରିସ୍କ ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟର ପ୍ରିନ୍ସିପାଲ ଚିଫ୍‌ ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଉଥିଲେ। ଆର୍‌ବିଆଇ ଦ୍ୱାରା ନିକଟରେ ସୃଷ୍ଟି କରାଯାଇଥିବା ସ୍ବତନ୍ତ୍ର ସୁପରଭାଇଜରୀ ଏବଂ ରେଗୁଲେଟୋରୀ କ୍ୟାଡର ନିରୀକ୍ଷଣ ଦାୟିତ୍ୱରେ ସେ ରହିବେ। ଚେନ୍ନାଇରେ ମେ ୨୧ରେ ଅନୁଷ୍ଠିତ ଆର୍‌ବିଆଇ ବୋର୍ଡ ବୈଠକରେ ନୂଆ ସ୍ବତନ୍ତ୍ର କ୍ୟାଡର ଗଠନ ନେଇ ନିଷ୍ପତ୍ତି ନିଆଯାଇଥିଲା। ସେ ନୂତନ ଦାୟିତ୍ୱ ସହ କୋଅପରେଟିଭ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀଙ୍କ କାର୍ଯ୍ୟକୁ ମଧ୍ୟ ତଦାରଖ କରିବେ। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ବ୍ୟାଙ୍କରେ ଚିଫ୍‌ ଫାଇନାନ୍ସିଆଲ ଅଫିସରଙ୍କ ସହ ୧୨ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ରହିଛନ୍ତି। ଏଥିମଧ୍ୟରୁ ୫ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ପଦ ଖାଲି ପଡିଥିବାରୁ ଚିଫ୍‌ ଜେନେରାଲ ମ୍ୟାନେଜରଙ୍କୁ ପଦୋନ୍ନତି ଦିଆଯାଇ ଏହାକୁ ପୂରଣ କରାଯିବ। ଏହିକ୍ରମରେ ମିଶ୍ରଙ୍କୁ ପ୍ରଥମେ ନିଯୁକ୍ତି ଦିଆଯାଇଛି।

Share