Advertisement

ରମଜାନ୍‌ର ପ୍ରଥମ ୧୦ ଦିନ ଲକ୍‌ଡାଉନ୍‌ରେ: ଘରେ ରହି ପାଳନ କରିବାକୁ ସରକାର ଦେଲେ ପରାମର୍ଶ

ନୂଆଦିଲ୍ଲୀ,୧୪।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟରେ ଏପ୍ରିଲ୍‌ ୨୪ରୁ ରମଜାନ୍‌ ମାସ ଆରମ୍ଭ ହେଉଛି। ରମଜାନ୍‌ର ପ୍ରଥମ ୧୦ ଦିନ ଲକ୍‌ଡାଉନ୍‌ ମଧ୍ୟରେ ପଡୁଛି। ତେବେ ଏହି ସମୟରେ ସୁରକ୍ଷା ଦୃଷ୍ଟିରୁ ଘରେ ରହି ରମଜାନ୍‌ ମାସ ପାଳନ କରିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ମୁସଲମାନ୍‌ ଭଉଣୀଭାଇଙ୍କୁ ପରାମର୍ଶ ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମସଜିଦ୍‌ ନ ଯିବାକୁ କୁହାଯାଇଛି। ଏହା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share