ନୂଆଦିଲ୍ଲୀ,୨୯।୭: ସମାଜବାଦୀ ପାର୍ଟି ଏମ୍ପି ଆଜମ୍ ଖାଁ ଭାଜପା ଏମ୍ପି ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ। ତେବେ ସୋମବାର ଲୋକସଭାରେ ଗୃହର ସାଧାରଣ କାର୍ଯ୍ୟ ପୂର୍ବରୁ ଆଜମ୍ ଖାଁ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷମା ମାଗିଛନ୍ତି। ଯଦି ତାଙ୍କର ମନ୍ତବ୍ୟ ନେଇ କାହାକୁ କଷ୍ଟ ହୋଇଥାଏ କିମ୍ବା ଭାବନାରେ ବାଧା ପହଞ୍ଚିଥାଏ ସେଥି ପାଇଁ ସେ କ୍ଷମା ମାଗିନେଉଛନ୍ତି ବୋଲି କହିଥିଲେ। ଆଜମ୍ କ୍ଷମା ମାଗିବା ପରେ ଗୃହରେ ଭାଜପା ଏମ୍ପିଙ୍କ ପକ୍ଷରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ପରେ ଗୃହ ଶାନ୍ତ ହେବା ସହିତ ସାଧାରଣ ଭାବେ କାର୍ଯ୍ୟ ଆରମ୍ଭ ହୋଇଥିଲା।