Advertisement
Categories: ମେଟ୍ରୋ

ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ ସହକାରୀ ଅଧୀକ୍ଷକଙ୍କ ବଦଳି ଦାବିରେ ରବିବାର ଅନ୍ତେବାସିନୀମାନେ ଇନ୍ଦିରା ଗାନ୍ଧୀ ଆଦିବାସୀ ଛାତ୍ରୀ ନିବାସ ଆଗରେ ଧାରଣାରେ ବସିଥିଲେ। ହଷ୍ଟେଲ ସହକାରୀ ଅଧୀକ୍ଷକ ବିଶ୍ୱମୋହିନୀ ପତି ଛାତ୍ରୀମାନଙ୍କୁ ବାହାରକୁ ଛାଡ଼ୁ ନ ଥିବା ଏବଂ ଅଭିଭାବକଙ୍କୁ ଦୁର୍ବ୍ୟବହାର କରୁଥିବା ଛାତ୍ରୀମାନେ ଅଭିଯୋଗ କରିଥିଲେ। ଏ ନେଇ ଜଣେ ଛାତ୍ରୀ କହିଥିଲେ, ସହକାରୀ ଅଧୀକ୍ଷକ ଆମ ଅଭିଭାବକଙ୍କ ସହ ଖରାପ ବ୍ୟବହାର କରୁଛନ୍ତି। ଛୋଟ ଛୋଟ କଥାରେ ବାହାର କରିବା ପାଇଁ ଧମକ ମଧ୍ୟ ଦେଉଛନ୍ତି। ଏଭଳି ବ୍ୟବହାରରେ ଆମେ ନିରୁତ୍ସାହିତ ହୋଇଯାଇଛୁ। ତେଣୁ ତାଙ୍କର ବଦଳି ପାଇଁ ଆମେ ଦାବି କରୁଛୁ। ସେପଟେ ଛାତ୍ରୀଙ୍କ ଏଭଳି ଅଭିଯୋଗକୁ ସହକାରୀ ଅଧୀକ୍ଷକ ବିଶ୍ୱମୋହିନୀ ପତି ଖଣ୍ଡନ କରିଛନ୍ତି। ଛାତ୍ରୀମାନେ ଆଣିଥିବା ଅଭିଯୋଗ ମିଛ ଏବଂ ଛାତ୍ରୀଙ୍କ ସୁରକ୍ଷା ପାଇଁ ନିୟମ କଡ଼ାକଡ଼ି ପାଳନ ହେଉଛି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share