ରମେଶଙ୍କ ନୂଆ ଯୋଜନା

ପ୍ରଯୋଜକ ରମେଶ ବାରିକ ଏକାଥରେ ହ୍ୟାଟ୍ରିକ୍‌ ମାରିବାକୁ ଯାଉଛନ୍ତି। ‘ଦେଖା ହେଲା ପ୍ରେମ ହେଲା’ ରିଲିଜ ଅପେକ୍ଷାରେ ଥିବା ବେଳେ ଆଉ ଦୁଇଟି ସିନେମା-‘ବ୍ରେକ୍‌ଅପ୍‌ ଲଭ୍‌’ ଏବଂ ‘ଚକ୍ରବୂ୍ୟହ’ର ପ୍ରାରମ୍ଭିକ କାମ ଚାଲୁ ରହିଛି। ଏ ସମ୍ପର୍କରେ ରମେଶ କହନ୍ତି, ‘ଭଲ ଚଳଚ୍ଚିତ୍ରଟିଏ ପ୍ରସ୍ତୁତ କରିପାରିଲେ ତାହା ନିଶ୍ଚୟ ଦର୍ଶକଙ୍କ ମନକୁ ଛୁଇଁବ ଏବଂ ତା’ଉପରେ ମୁଁ ସବୁବେଳେ ଅଧିକ ଗୁରୁତ୍ୱ ଦେଇଥାଏ। କାହାଣୀ, କଳାକାର ଚୟନ, ପିକ୍ଚରାଇଜେଶନ ଏବଂ ସଙ୍ଗୀତ ଏହି ତିନୋଟି ଜିନିଷକୁ ପ୍ରାଥମିକତା ଦିଏ। ଏଣିକି ମୋ ସିନେମାରେ ମୁଁ ନୂଆ ମୁହଁକୁ ଅଧିକ ସୁଯୋଗ ଦେବି ବୋଲି ଯୋଜନା କରିଛି।’ ସେ ଏହାପୂର୍ବରୁ ଆର. ଆର. ଇଭେଣ୍ଟସ ପ୍ରଡକ୍ସନ ବ୍ୟାନରରେ ରମେଶ ‘ଟାଇଗର’, ‘ରୋମିଓ ଜୁଲିଏଟ୍‌’ ଏବଂ ‘ଜଷ୍ଟ ମୋହବତ୍‌’ ପ୍ରଯୋଜନା କରିସାରିଛନ୍ତି। ଅନ୍ୟତମ ଆଗଧାଡିର ଇଭେଣ୍ଟ ମ୍ୟାନେଜର ଭାବରେ ପରିଚିତ ରମେଶ ଏବେ ଟି ସିରିଜ ବ୍ୟାନରର ଦୁଇଟି ହିନ୍ଦୀ ଭିଡିଓ ଆଲବମ୍‌ ପ୍ରସ୍ତୁତ କରିବାକୁ ଯାଉଛନ୍ତି।

Share