ରଶ୍ମୀ-ଉମରଙ୍କ ଯୋଡ଼ି, ଟୁଇଟରରେ ଟ୍ରେଣ୍ଡ କରୁଛି #umRash

ବମ୍ବେ: ସରିଛି ‘ବିଗ୍‌ବସ୍‌’। ହେଲେ ପ୍ରଶଂସକଙ୍କ ମନରୁ ପ୍ରତିଯୋଗୀମାନଙ୍କ ପାଇଁ ଥିବା ଭଲପାଇବା ପୂର୍ବଭଳି ରହିଛି। ଶୋ’ ଶେଷ ହେବା ପରେ ପ୍ରତିଯୋଗୀମାନେ ମଧ୍ୟ ମସ୍ତି ମୁଡ୍‌ରେ ନଜର ଆସୁଛନ୍ତି। ନିକଟରେ ଆସିମ୍‌ ରିଆଜ, ହିମାଂଶୀ ଖୁରାନ୍ନା ଏବଂ ରଶ୍ମୀ ଦେଶାଇଙ୍କ କିଛି ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ରଶ୍ମୀ ଆସିମଙ୍କ ଭାଇ ଉମରଙ୍କ ସହ ନଜର ଆସିଥିଲେ। ଏହାକୁ ନେଇ ରଶ୍ମୀଙ୍କ ପ୍ରଶଂସକ ଏବେ ଭିନ୍ନ ମୁଡ୍‌ରେ।

ଶୋ’ରେ ପ୍ରେମିକ ଅରହାନଙ୍କଠାରୁ ରଶ୍ମୀ ଅଲଗା ହୋଇଥିଲେ। ଏବେ ତାଙ୍କ ନାମକୁ ଆସିମଙ୍କ ଭାଇଙ୍କ ସହ ଯୋଡା ଯାଉଛି। ଉଭୟଙ୍କ ନାମର ହାସ୍‌ଟ୍ୟାଗ୍‌ #umRash ମଧ୍ୟ ଟ୍ରେଣ୍ଡ କରୁଛି। କଥା କେତେ ସତ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

‘ବିଗ୍‌ବସ୍‌’ରେ ରଶ୍ମୀ-ଅରହାନ ଭାଗ ନେଇଥିଲେ। ପରବର୍ତ୍ତୀ ସମୟରେ ଅରହାନ ରଶ୍ମୀଙ୍କ ଭଲପାଉଥିବା ପ୍ରକାଶ କରିଥିଲେ। ହେଲେ ସେ ନିଜେ ବିବାହିତ ବୋଲି ତାଙ୍କୁ ଲୁଚାଇଥିଲେ। ଶୋ’ ହୋଷ୍ଟ ସଲମାନ ଏହି କଥା କହିବା ପରେ ରଶ୍ମୀ ଅରହାନଙ୍କଠାରୁ ସମ୍ପର୍କ ଛିନ୍ନ କରିଥିଲେ। ଏବେ ସେ ସିଙ୍ଗଲ ଥିବା ପ୍ରକାଶ କରିଛନ୍ତି।

Share