ରସିଦ୍‌ ସ୍କୁଲ, ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ୨୦୦୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ରସିଦ୍‌ ଖାନ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ରସିଦ୍‌ ବର୍ତ୍ତମାନ ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ୨୦୧୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଲିଙ୍ଗରାଜ ପଣ୍ଡା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ଲିଙ୍ଗରାଜ ସମ୍ବଲପୁର ଜିଲା ଏଡିଏମ୍‌ ଭାବେ କାର୍ଯ୍ୟ କରିସାରିଛନ୍ତି।

Share