ରସୁଲଗଡ଼ ଛକରେ ଯୁବକଙ୍କ ଦାଦାଗିରି: ବନ୍ଧୁକ ଦେଖାଇ ଡରାଇଲେ, କାବୁ କଲା ପୋଲିସ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ମଞ୍ଚେଶ୍ୱର ଥାନା ରସୁଲଗଡ଼ ଛକରେ ଶନିବାର ଜଣେ ଯୁବକଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଗାଡ଼ି ଓଭରଟେକ କରିବାକୁ ନେଇ ଦୁଇ ଚାଳକଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହେବା ସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜଣେ ଯୁବକ ଗାଡ଼ିରୁ ବନ୍ଧୁକ କାଢ଼ି ଅନ୍ୟଜଣଙ୍କୁ ମାରିବାକୁ ଧମକ ଦେଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଲୋକଙ୍କ ଗହଳି ହେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ କାବୁ କରିଛି। ତେବେ ବନ୍ଧୁକଟିର ଲାଇସେନ୍ସ ଥିବା ଜଣାପଡ଼ିଛି।

Share