ଭୁବନେଶ୍ବର,୮।୧:ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ବୀଭତ୍ସ ହତ୍ୟା। ଜନଗହଳିପୂର୍ଣ୍ଣ ରସୁଲଗଡ଼ରୁ ବାଣୀବିହାର ମେନ୍ ରୋଡ୍ରେ ବୁଧବାର ସକାଳୁ ସକାଳୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ହାଣିଦେଇଛନ୍ତି। ଦୁର୍ବୃତ୍ତ ଯୁବକଙ୍କ ମୁଣ୍ଡ କାଟି ଦେଇଥିବାବେଳେ ବେକ ଓ ଗୋଡ଼ ମଧ୍ୟ ଆଘାତ ଲାଗିଛି। ମୃତ ଯୁବକଙ୍କ ପରିଚୟ ମିଳିନି। ତାଙ୍କ ବେକ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ମୃତଦେହ ନିକଟରେ ଏକ ସ୍କbୁଟି ବି ପଡ଼ିଛି। କିଏ ଓ କାହିଁକି ବୀଭତ୍ସ ଭାବେ ହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି। ହତ୍ୟାକାଣ୍ଡ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି।
ସୂଚନାଯୋଗ୍ୟ,ଆଜିଠାରୁ ରାଜଧାନୀରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଥିବାବେଳେ ଏହି ଘଟଣା ପୋଲିସର ମୁଣ୍ଡବିନ୍ଧା ବଢାଇଦେଇଛି।