ରସୁଲପୁର ତହସିଲ ପକ୍ଷରୁ ଚଢାଉ: ୫ ବାଲି ବୋଝେଇ ଟ୍ରାକ୍ଟର ଜବତ

ରସୁଲପୁର,୪ା୧୨(ଡି.ଏନ୍‌.ଏ.)- ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ମଙ୍ଗଳବାର ଜାବରା ପଞ୍ଚାୟତସ୍ଥିତ ବ୍ରାହ୍ମଣୀ ନଦୀଘାଟ ଉପରେ ଚଢ଼ାଉ କରି ବେଆଇନ ବାଲି ପରିବହନରେ ନିୟୋଜିତ ୫ ଟ୍ରାକ୍ଟରକୁ ଜବତ କରିଥିଲେ। ଉକ୍ତ ଜବତ ଟ୍ରାକ୍ଟରକୁ ପୋଲିସ ହେପାଜତକୁ ନେଇଛି। ଜବତ ଟ୍ରାକ୍ଟର ମାଲିମାନଙ୍କୁ ତହସିଲ ପକ୍ଷରୁ ନୋଟିସ କରାଯାଇଛି ା ମାଲିକମାନେ ପହଞ୍ଚତ୍ ବେଆଇନ ବାଲି ପରିବହନ ପାଇଁ ଜରିମାନା ପୈଠ କରିବା ପରେ ଗାଡ଼ି ଛଡ଼ାଯିବ ବୋଲି ତହସିଲ ପକ୍ଷରୁ କୁହାଯାଇଛି। ଉକ୍ତ ଚଢାଉରେ ତହସିଲ ସୁପରଭାଇଜର ମହେଶ୍ୱର ସେଠୀ, ରାଜସ୍ବ ନିରୀକ୍ଷକମାନେ ଅଂଶଗ୍ରହଣ କରିଥିଲେ ା ଏଥିରେ କୁଆଖିଆ ଥାନା ପୋଲିସ ପକ୍ଷରୁ ସହାୟତା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ଚୂଡ଼ାନ୍ତ ସର୍ଭେ: ରିଂ ରୋଡ୍‌ରେ ସୁସଜ୍ଜିତ ହେବ ଅତାବିରା

ଅତାବିରା,୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ମୁଖ୍ୟାଳୟରୁ ଗ୍ରାମାଞ୍ଚଳକୁ ସଂଯୋଗୀକରଣ କରିବ ରିଂ ରୋଡ୍‌ l ବିକଶିତ ଗାଁ ବିକଶିତ ଓଡ଼ିଶାର ବାସ୍ତବ ରୂପ ନେବ...

ନାବାଳିକା ଅପହରଣକାରୀଙ୍କୁ ଦୁଇବର୍ଷ ଜେଲ୍ 

କେନ୍ଦୁଝର,୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି  ବିଜୟ କୁମାର ମିଶ୍ର  ସୋମବାର ଏକ  ୧୬ ବର୍ଷ ବୟସ୍କା ନାବାଳିକା ଅପହରଣ ଓ...

ତାତିଲେ ବିଦ୍ୟୁତ୍‌ ଉପଭୋକ୍ତା

ଅନୁଗୋଳ ଅଫିସ ୭।୪(ମାନସ ବିଶ୍ୱାଳ)- ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନର(ଏଆଇଇସିଏ) ଆହୱା କ୍ରମେ ୧ରୁ ୭ ଏପ୍ରିଲ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ଜାରି ରହିଛି...

ଦେବାଶିଷଙ୍କୁ ସିଧା ଟାର୍ଗେଟ୍‌ କଲେ ସୋଫିଆ, କହିଲେ କଟକର ମୁସଲମାନଙ୍କୁ…

କଟକ,୭ା୪: ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦୋସ। ଓ୍ବକଫ୍‌ ବିଲ୍‌ ଭୋଟ୍‌ ବେଳେ ଓ୍ବାକଆଉଟ୍‌କୁ ନେଇ ସିଧା ଟାର୍ଗେଟ କରିଛନ୍ତି...

ସାହିଯାତ ଆରମ୍ଭ: ଶ୍ରୀକ୍ଷେତ୍ର ଉତ୍ସବମୁଖର

ପୁରୀ,୭ା୪(ଅଜିତ୍‌ କୁମାର ମହାନ୍ତି): ପବିତ୍ର ରାମନବମୀଠାରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ...

ଖୋର୍ଦ୍ଧାରେ ଫୁଟିଲା ବୋମା: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଖୋର୍ଦ୍ଧା,୭ା୪: ସଦର ଥାନା ଅନ୍ତର୍ଗତ ଶଢ଼େଇଗଡ଼ ଗ୍ରାମରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ଜୀବନ ଚାଲିଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ...

ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୭।୪,(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗାରାବନ୍ଧ ଥାନା ଅଞ୍ଚଳରୁ ବଡ ଧରଣର ଚୋରି ହୋଇଛି। ଗାରାବନ୍ଧ କୁମୁଟି ସାହିର ଟି.ପ୍ରଦୀପ ସପରିବାର ତିରୁପତି...

ଜନଜାତି ହାଟ କାମରେ ଆସୁନି

ଦାରିଙ୍ଗବାଡ଼ି,୭ା୪ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଜନଜାତିଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଜନଜାତି ହାଟକୁ ଏକ ଦଶନ୍ଧିରୁ ଅଧିକା ଦିନ ବିତିଥିଲେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image