ରସୁଲପୁର ତହସିଲ ପକ୍ଷରୁ ଚଢାଉ: ୫ ବାଲି ବୋଝେଇ ଟ୍ରାକ୍ଟର ଜବତ

ରସୁଲପୁର,୪ା୧୨(ଡି.ଏନ୍‌.ଏ.)- ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ମଙ୍ଗଳବାର ଜାବରା ପଞ୍ଚାୟତସ୍ଥିତ ବ୍ରାହ୍ମଣୀ ନଦୀଘାଟ ଉପରେ ଚଢ଼ାଉ କରି ବେଆଇନ ବାଲି ପରିବହନରେ ନିୟୋଜିତ ୫ ଟ୍ରାକ୍ଟରକୁ ଜବତ କରିଥିଲେ। ଉକ୍ତ ଜବତ ଟ୍ରାକ୍ଟରକୁ ପୋଲିସ ହେପାଜତକୁ ନେଇଛି। ଜବତ ଟ୍ରାକ୍ଟର ମାଲିମାନଙ୍କୁ ତହସିଲ ପକ୍ଷରୁ ନୋଟିସ କରାଯାଇଛି ା ମାଲିକମାନେ ପହଞ୍ଚତ୍ ବେଆଇନ ବାଲି ପରିବହନ ପାଇଁ ଜରିମାନା ପୈଠ କରିବା ପରେ ଗାଡ଼ି ଛଡ଼ାଯିବ ବୋଲି ତହସିଲ ପକ୍ଷରୁ କୁହାଯାଇଛି। ଉକ୍ତ ଚଢାଉରେ ତହସିଲ ସୁପରଭାଇଜର ମହେଶ୍ୱର ସେଠୀ, ରାଜସ୍ବ ନିରୀକ୍ଷକମାନେ ଅଂଶଗ୍ରହଣ କରିଥିଲେ ା ଏଥିରେ କୁଆଖିଆ ଥାନା ପୋଲିସ ପକ୍ଷରୁ ସହାୟତା କରାଯାଇଥିଲା।

Share