ର଼୍ୟାମ୍ପ ଶୋ’ରେ ଓପ୍‌ସର ଶିକାର ହେଲେ ଅଭିନେତ୍ରୀ, ଜଣାପଡ଼ିବା ପରେ କ୍ୟାମେରା ସାମ୍ନାରୁ ଦୌଡ଼ି ପଳାଇଲେ

ମୁମ୍ବାଇ: ‘ଲାକ୍‌ମୀ’ ଫେଶନ ସପ୍ତାହ ୨୦୨୦ରେ ମଡେଲଙ୍କ ସହିତ ବଲିଉଡ୍‌ର କିଛି ଅଭିନେତ୍ରୀ ଭାଗ ନେଇଥିଲେ। ଅଭିନେତ୍ରୀ ତଥା ନିର୍ମାତା ଦିବ୍ୟା ଖୋସ୍‌ଲା ମଧ୍ୟ ଏଥିରେ ଭାଗ ନେଇଥିଲେ। ଏହି ସମୟରେ ସେ ଓପ୍‌ସ ମୋମେଣ୍ଟର ଶିକାର ହୋଇଥିଲେ। ଦିବ୍ୟା ଏକ ସିଲ୍‌ଭର କଲର ଡ୍ରେସ୍‌ ପିନ୍ଧି ର଼୍ୟାମ୍ପ୍‌ରେ ଚାଲୁଥିଲେ। ଠିକ୍‌ ଏହି ସମୟରେ ତାଙ୍କ ଡ୍ରେସ୍‌ର ସାଇଡ୍‌ ବଟନ ଖୋଲିଯାଇଥିଲା। ଏହା ଜାଣିପାରି ସେ ନିଜକୁ ସମ୍ଭାଳି ନେଇଥିଲେ। ପରେ ର଼୍ୟାମ୍ପରେ ଜଗିରଖି ଚାଲିଥିଲେ।


ସେହିପରି ଗତବର୍ଷ ନଭେମ୍ବରରେ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ଏକ ଷ୍ଟୋର୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ଏକ ନୀଳ ରଙ୍ଗର ଡ୍ରେସ୍‌ ସହ କ୍ରପ୍‌ ଟପ୍‌ ପିନ୍ଧିଥିଲେ। କ୍ୟାମେରା ସାମ୍ନାରେ ପୋଜ୍‌ ଦେବାବେଳେ ଟପ୍‌ଟି ଖସି ଯାଇଥିଲା। ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ମଲାଇକା କ୍ୟାମେରା ସାମ୍ନାରୁ ଦୌଡ଼ି ପଳାଇଥିଲେ। ପୂର୍ବରୁ ନେହା କକ୍କର, ଶିଳ୍ପା ସେଟ୍ଟୀ, ୟାମୀ ଗୌତମ, ସୁସ୍ମିତା ସେନ୍‌, ପ୍ରିୟଙ୍କା ଚୋପ୍ରାଙ୍କ ପରି ଆହୁରି ଅନେକ ଅଭିନେତ୍ରୀ ଓପ୍‌ସ ମୋମେଣ୍ଟର ଶିକାର ହୋଇଛନ୍ତି।

Share