ରାଇକିଆରେ ପତାକା ଉତ୍ତୋଳନ କଲେ ବିଡିଓ

ରାଇକିଆ,୨୬।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆଠାରେ ରବିବାର ୭୧ତମ ସାଧାରଣନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଜୟାନନ୍ଦ ନାୟକ। ସେହିପରି ଜୀବନ ଜ୍ୟୋତି ମହାବିଦ୍ୟାଳୟଠାରେ ଅଧ୍ୟକ୍ଷ ପ୍ରଦୀପ ନାୟକ, ନାଗରିକ ମଞ୍ଚ କାର୍ଯ୍ୟାଳୟଠାରେ ନରେନ୍ଦ୍ର କୁମାର ଲେଙ୍କା ପତାକା ଉତ୍ତୋଳନ କରିଥିଲେ।

Share