Advertisement

ରାଇକିଆରେ ସ୍ବାଧୀନତା ଦିବସ

ରାଇକିଆ,୧୫।୮(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ଗୁରୁବାର ବିଜୟ ହାଇସ୍କୁଲଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଇକିଆ ମେଡିକାଲର ଚକ୍ଷୁ ସହାୟକ ଶୁଭାଶିଷ ପଣ୍ଡା ଏବଂ ଷ୍ଟାଫନର୍ସ ଅନିମା ଦିଗାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଡିଓ ରଶ୍ମୀରଞ୍ଜନ ମହନ୍ତ, ଥାନାଧିକାରୀ ନରେଶ ସାହୁ ଏବଂ ବିଭିନ୍ନ ବିଭାଗରୁ ଆସିଥିବା ସରକାରୀ ଏବଂ ବେସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀଛାତ୍ର ପରେଡ୍‌ ପ୍ରଦର୍ଶନ କରିଥିଲେ। ବିଭିନ୍ନ ବିଦ୍ୟାଳୟ, ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share