ରାଇକିଆ ବସଷ୍ଟାଣ୍ଡ ପାଲଟିଛି ଅସ୍ଥାୟୀ ପରିବା ମାର୍କେଟ

ରାଇକିଆ,୨୦।୪(ଡି.ଏନ୍‌.ଏ.): କରୋନା ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଫଳରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ରାସନ ଓ ପରିବା ଦୋକାନ ଖୋଲା ରହୁଛି । ଭିଡ଼ ଏବଂ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଭାବେ ବସ୍‌ଷ୍ଟାଣ୍ଡ ପରିସରରେ ଚାଷୀଙ୍କୁ ପରିବା ବିକ୍ରି ପାଇଁ କୁହାଯାଇଛି। ବସ୍‌ ଚଳାଚଳ କରୁ ନ ଥିବାରୁ ଫାଙ୍କା ପଡିଥିବା ବସ୍‌ଷ୍ଟାଣ୍ଡରେ ବହୁ ସଂଖ୍ୟାରେ ପରିବା ଦୋକାନ ଖୋଲାରହୁଛି । ଏହି କ୍ରମରେ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ମାଣିକେଶର, ଗୁମାମହା, ଦଡିଙ୍ଗିଆ, ମଣ୍ଡାକିଆ, ଚାଞ୍ଚେଡି ଆଦି ଅଞ୍ଚଳରୁ ଉତ୍ପାଦିତ ପରିବା ବିକ୍ରି ପାଇଁ ଚାଷୀମାନେ ବସଷ୍ଟାଣ୍ଡର ଦୁଇ ପାଖରେ ବସି ବିକ୍ରି କରୁଛନ୍ତି । ବିକ୍ରି କରିବା ପାଇଁ ସୁବିଧା ଥିବାରୁ ଆମେ ପ୍ରତ୍ୟେକ ଦିନ ବାଇଗଣ, ଟମାଟୋ ବିକ୍ରି ପାଇଁ ରାଇକିଆ ବଜାରକୁ ଆସୁଛୁ । କେବଳ ସାମଗ୍ରୀ ବଜାରକୁ ଆଣିବାରେ କିଛି ମାତ୍ରାରେ ଅସୁବିଧା ହେଉଥିବା ଚଞ୍ଚେଡି ଅଞ୍ଚଳର ଅଶୋକ ପ୍ରଧାନ କହିଛନ୍ତି।

Share