ସଜନାଗଡ, ୪ା୧୦(ଡି.ଏନ.ଏ.)-ଦିଲ୍ଲୀର ନୋଏଡାସ୍ଥିତ ରାଇଜିନ୍ ଟେକ୍ ପ୍ରାଇଭେଟ୍ କମ୍ପାନୀରେ ନାମକ ଏକ ସଫ୍ଟୱେୟାର କମ୍ପାନୀର ଏଜେଣ୍ଟ ହୋଇ ଅଭିନବ ଉପାୟରେ ବହୁ ରିଟେଲରଙ୍କଠାରୁ ୮ ଲକ୍ଷ ଟଙ୍କା ହଡ଼ପ ଘଟଣାର ପର୍ଦ୍ଦାଫାଶ ହୋଇଛି। ବରହମପୁର ଓ ନୀଳଗିରି ପୋଲିସ ମିଳିତ ଉଦ୍ୟମରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ଗୋଟିଏ ଲ୍ୟାପ୍ଟପ, ଗୋଟିଏ ଟ୍ୟାବ, ୫ଟି ମୋବାଇଲ ସହ ନଗଦ ୮୨ ହଜାର ଟଙ୍କା ଜବତ କରାଯାଇଛି। ସେମାନଙ୍କୁ ଗୁରୁବାର କୋର୍ଟଚାଲଣ କରାଯାଇଥିଲା। କୋର୍ଟରେ ଅଭିଯୁକ୍ତମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ବରହମପୁର ଥାନା ଅଧୀନ ମାଟିଆଳି ଗ୍ରାମର ସମୀର ପାତ୍ର(୨୮), ପ୍ରଶାନ୍ତ ପ୍ରଧାନ(୨୫) ଓ ମନୋରଞ୍ଜନ ବେହେରା(୩୧) ୩ଜଣ ଯୁବକ ଦିଲ୍ଲୀସ୍ଥିତ ରାଇଜିନ୍ ଟେକ୍ ପ୍ରାଇଭେଟ୍ କମ୍ପାନୀରେ ସମସ୍ତ ତଥ୍ୟଗତ ପ୍ରମାଣପତ୍ର ଦେଇ ଉକ୍ତ କମ୍ପାନୀର ରିଟେଲର ହୋଇଥିଲେ ା ସେଥିପାଇଁ କମ୍ପାନୀ ପକ୍ଷରୁ ଏମାନଙ୍କୁ ଏକ ଆଇଡି ମିଳିଥିଲା ା ଏହି ୩ ଯୁବକ ୮ଲକ୍ଷ ଟଙ୍କା ହଡ଼ପ କରି ନିଜ ଗଁା ମାଟିଆଳିକୁ ପଳାଇ ଆସିଥିଲେ ା କମ୍ପାନୀ ପକ୍ଷରୁ ଅଧିକାରୀ ମନୋଜ କୁମାର ଶର୍ମା ବରହମପୁର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଥାନା ପକ୍ଷରୁ ଏକ ମାମଲା(ନଂ. ୫୦/୧୯) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ନୀଳଗିରି ଆଇଆଇସି ନଳିତା ମୋଦି ଓ ବରହମପୁର ଓଆଇସି ଅଜୟ ମୁର୍ମୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି।
Posted inଆମ ଜିଲା ଖବର, ବାଲେଶ୍ୱର View All

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ କଂସ ମହାରାଜାଙ୍କ କଡ଼ା ନିର୍ଦେଶ
ବରଗଡ଼,୭।୧: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ କଂସ ମହାରାଜାଙ୍କ କଡ଼ା ନିର୍ଦେଶ ଦେଇଛନ୍ତି। ମଥୁରା ନଗରବାସୀଙ୍କୁ...

୨୭ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୫ ଅନୁଷ୍ଠିତ
ଥୁଆମୂଳ ରାମପୁର,୭।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ବାବା ଖଣ୍ଡୁଆଳ ପଡିଆ ଠାରେ ମଙ୍ଗଳବାର କଳାହାଣ୍ଡି ଜିଲାର ଗର୍ବ ଓ ଗୌରବ,...

କାହିଁକି ଆଶାକର୍ମୀ ଡାଳିମ୍ବ ହୋଇପାରିଲେ ନବରଙ୍ଗପୁରର ନାଇଟଆଞ୍ଜେଲ, ଜାଣନ୍ତୁ ତାଙ୍କର ଏହି ଯାତ୍ରା ସମ୍ପର୍କରେ
ନବରଙ୍ଗପୁର,୭।୧(ସଦାଶିବ ପ୍ରହରାଜ): ଭଲ ଚିକିତ୍ସା ନ ପାଇ ଅକାଳରେ ଗର୍ଭାବତୀଙ୍କ ଜୀବନ ଚାଲି ଯାଉଥିଲା। ଗ୍ରାମରେ ବିଭିନ୍ନ ଦୁରାରୋଗରେ ପୀଡିତ ହୋଇ ରୋଗୀମାନେ ମୃତ୍ୟୁ ମୁଖରେ...

ଇନ୍ଦ୍ରାବତୀରୁ ରବିଚାଷ ପାଇଁ କେନାଲରେ ଛଡ଼ାଗଲା ପାଣି
ଜୟପାଟଣା,୭।୧(ଓମ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ଚଳିତ ରବିଚାଷ ପାଇଁ କେନାଲରେ ପାଣି ଛଡ଼ାଯାଇଛି। ଏଥିରେ ବାମ...

ଜାତୀୟ ରାଜପଥରେ ବାଇକକୁ ଧକ୍କା ଦେଲା ଟ୍ରକ
ବାରିପଦା,୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜାତୀୟ ରାଜପଥରେ ବାଇକକୁ ଧକ୍କା ଦେଇ ଟ୍ରକ ଜଳିଯାଇଛି। ତେବେ ଅଳ୍ପକେ ଗାଡି ଚାଳକ ବର୍ତ୍ତି ଯାଇଛନ୍ତି। ଜାତୀୟ ରାଜପଥ ୧୮ର...

ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବାପା, ପୁଅ ମୃତ ମା’ ଗୁରୁତର
ଛତ୍ରପୁର,୭।୧(ଦିଲ୍ଲୀପ ସାମଲ): ରମ୍ଭା ଥାନା ଅନ୍ତର୍ଗତ ଅରୁଣପୁର ଗ୍ରାମ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୭ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ...

ଟ୍ରକ୍ ଡ୍ରାଇଭର କହିଲେ କାହିଁକି ୨ ଭାଜପା ନେତାଙ୍କୁ ହତ୍ୟା କରିଥିଲେ
ସମ୍ବଲପୁର,୭।୧: ଭାଜପା ନେତ୍ରାଙ୍କୁ ହତ୍ୟା ପଛର କାରଣ କହିଲେ ଡ୍ରାଇଭର ପ୍ରସନ୍ନ ଜେନାମଣି। ସେ କହିଛନ୍ତି, ଭାଜପା ନେତାଙ୍କ କାରକୁ ମୋ ସହ ଝଗଡ଼ା କରିଥବା...

ଆଇଟିବିପିର ଅଦମ୍ୟ ଉତ୍ସାହ, ପ୍ରତିବଦ୍ଧତାକୁ ପ୍ରଶଂସା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ
ଖୋର୍ଦ୍ଧା,୭।୧(ପ୍ରଭାତ ପାଣିଗ୍ରାହୀ): ଇଣ୍ଡୋ- ତିବ୍ବତ ସୀମା ପୋଲିସ ସୁରକ୍ଷା ବଳ(ଆଇଟିବିପି)ର ୬୩ତମ ପ୍ରତିଷ୍ଠା ଦିବସ ଖୋର୍ଦ୍ଧା ତରତୁଆ ସ୍ଥିତ ୪୧ବାଟାଲିୟନ କ୍ୟାମ୍ପସରେ ମହାଆଡମ୍ବରରେ ଆୟୋଜିତ ହୋଇଯାଇଛି।...
Archives
