ରାଇପଡ଼ା ହତ୍ୟା ଘଟଣା: ୨ ଭାଇ ଜେଲ ଗଲେ

ରଣପୁର,୧୮ା୪(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ତହସିଲ ଚାନ୍ଦପୁର ଥାନାର ରାଇପଡା ଗଁ।ରେ କାଜୁ ଜଙ୍ଗଲକୁ ନେଇ ଦୁଇ ଆଦିବାସୀଙ୍କ ହତ୍ୟା ଘଟଣାରେ ପୋଲିସ ନୂଆସାହିର ଦୁଇଭାଇ ବିକାଶ ଜେନା ଓ ପ୍ରକାଶ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ରଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଗତ ୧୦ତାରିଖରେ କାଜୁ ଜଙ୍ଗଲ ବିବାଦ ଘଟଣାରେ ନୂଆସାହି ଲୋକଙ୍କ ଆକ୍ରମଣରେ ଆଦିବାସୀ ସାହିର ଦୁର୍ଗା ପ୍ରଧାନ(୫୦) ଓ ବିରଞ୍ଚି ପ୍ରଧାନ(୫୫) ପ୍ରାଣ ହରାଇଥିଲେ। ଏଥିରେ ଅନ୍ୟ ୨୩ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପୂର୍ବରୁ ଜଣେ ଗିରଫ ହୋଇଥିଲେ।

Share