ରାଇସୁଆଁରେ ହାତୀ ଉପଦ୍ରବ

କେନ୍ଦୁଝର/ରାଇସୁଆଁ,୨୨ା୪(ସ୍ବ.ପ୍ର./ଡି.ଏନ୍‌.ଏ.): ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ କାଲା ମହାଦେବ ମନ୍ଦିର ପରିସରରେ ରବିବାର ବିଳମ୍ବିତ ରାତିରେ ୨ଟି ହାତୀ ପଶି ଅନେକ ଗଛ ନଷ୍ଟ କରିବା ସହ ବାଡ଼ ଓ ମଞ୍ଚାକୁ ଭାଙ୍ଗି ଦେଇଛନ୍ତିା ମିଳିଥିବା ସୂଚନା ଅନୁସାରେ, ନୂଆଗାଁ ପଞ୍ଚାୟତ କାଦଗଡ଼ ଜଙ୍ଗଲ ପଟୁ ଆସି ଦୁଇଟି ହାତୀ ମନ୍ଦିର ବାଡ଼ିରେ ପଶି କଦଳୀଗଛ ସହ ଅନ୍ୟାନ୍ୟ ଗଛ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ଏହି ହାତୀ ଦୁଇଟି ରାଜବନ୍ଧ ଦେଇ ଭାଲିଆଡିହି ଜଙ୍ଗଲକୁ ଚାଲିଯାଇଥିବା ଜନସାଧାରଣ କହିଛନ୍ତି। ତେବେ କିଛିଦିନ ହେବ ଜଙ୍ଗଲୀ ହାତୀ ଉପଦ୍ରବ କମିଥିବାବେଳେ ପୁଣିଥରେ ଗୋଠଛଡ଼ା ହୋଇ ଦୁଇଟି ହାତୀ ବୁଲୁଛନ୍ତିା ଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବନବିଭାଗ ସଜାଗ ରହି ହାତୀମାନଙ୍କୁ ଘଉଡ଼ାଇବାକୁ ସାଧାରଣରେ ଦାବି ହେଉଛି।