ଧରାକୋଟ,୧୦ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ରାଇସ୍ମିଲ୍ ମାଲିକ ସଂଘ ପକ୍ଷରୁ କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଧରାକୋଟ ବିଡିଓ ବିବୁଧ ଗଡ଼ନାୟକଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଜଗନ୍ନାଥ ପାତ୍ର, ପି. ଅରକ୍ଷିତ ପାତ୍ର, ସତ୍ୟନାରାୟଣ ପାତ୍ର, ପ୍ରତାପ ଗୌଡ଼, ସୁଧାକର ସ୍ବାଇଁ, ସନ୍ତୋଷ ପାଢ଼ୀ ପ୍ରମୁଖ ବିଡିଓଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉପସ୍ଥିତ ରହି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ