ରାଉରକେଲାରେ ମୃତଦେହ ଶୋଭାଯାତ୍ରାରେ ସାମିଲ ହେବା ଘଟଣା: ୫ଶହ ଲୋକଙ୍କ ନାମରେ ମାମଲା ରୁଜୁ କଲା ପୋଲିସ

ରାଉରକେଲା ଅଫିସ,୧୧।୬: ଗତ ୮ ତାରିଖରେ ରାଉରକେଲା ରେଲଓ୍ବେ କଲୋନିରେ ଏକ ହତ୍ୟାକାଣ୍ଡ ଘଟିଥିଲା। ମୃତକଙ୍କ ମୃତଦେହ ଶୋଭାଯାତ୍ରାରେ ୫ଶହରୁ ଅଧିକ ଲୋକ ସାମିଲ ହୋଇଥିଲେ। ମାସ୍କ ନ ପିନ୍ଧି, ସାମାଜିକ ଦୂରତ୍ୱ ନ ମାନି ଶୋଭାଯାତ୍ରାରେ ଲୋକମାନେ ଯାଇଥିଲେ। ଏହାକୁ ନେଇ ପ୍ଲାଣ୍ଟ ସାଇଟ୍‌ ଥାନାରେ ୫ଶହରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି। କୋଭିଡ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ ହୋଇଥିବା ନେଇ ଟୁଇଟ୍‌ କରି ରାଉରକେଲା ଏସ୍‌ପି ଗୁରୁବାର ସୂଚନା ଦେଇଛନ୍ତି।