Advertisement

ରାଉରକେଲା ଏନ୍‌ଆଇଟି କ୍ୱାଟର୍ସରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ରାଉରକେଲା ଅଫିସ, ୧୭।୮: ରାଉରକେଲାସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ(ଏନ୍‌ଆଇଟି) କ୍ୱାଟର୍ସରୁ ଶନିବାର ଏକ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଏନ୍‌ଆଇଟିର ସହକାରୀ ପ୍ରଫେସର ଆର୍‌. ଜୟବାଲାନ(୪୫) ଓ ସ୍ତ୍ରୀ ମାଳିନୀ। ଜୟ ବାଲାନ ଲାଇଫ ସାଇନ୍ସରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟପଟେ ସ୍ତ୍ରୀ ମାଳିନୀ ଏକ ଘରୋଇ ଡାକ୍ତଖାନାରେ ଡାଏଟିସିଆନ ଭାବେ କାର୍ଯ୍ୟରତ ଥିଲେ। ଦମ୍ପତ୍ତି ରହୁଥିବା କ୍ୱାଟର୍ସଟି ଗତ ୧୨ ତାରିଖରୁ ବନ୍ଦ ଥିଲା। ଶନିବାର କବାଟ ଭାଙ୍ଗି ଘରେ ପଶିବା ପରେ ଉଭୟଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାରିବାରିକ କଳହ ଯୋଗୁ ଉଭୟ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେକ୍ଟର ୩ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share