ରାଉରକେଲା ଏନ୍‌ଆଇଟି ଛାତ୍ରଙ୍କ ଗବେଷଣା: କରୋନା ଆକ୍ରାନ୍ତ ସଂକ୍ରାନ୍ତରେ ସୂଚନା ଦେବ ଆପ୍‌

ରାଉରକେଲା ଅଫିସ,୧୫।୩: କରୋନା ଭାଇରସ ନେଇ ବିଶ୍ୱବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି ା ଏହି ପରିପ୍ରେକ୍ଷୀରେ ରାଉରକେଲାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି(ଏନଆଇଟି)ର ଜଣେ ଛାତ୍ର ଓ ତାଙ୍କ ସହଯୋଗୀ ଏକ ମୋବାଇଲ ଆପ୍‌ ଡେଭଲପ୍‌ କରିଛନ୍ତି। ଯାହାଦ୍ୱାରା ଜଣଙ୍କୁ ସନ୍ଧିଗ୍ଧ କରୋନା ସଂକ୍ରମିତ ବୋଲି ଚିହ୍ନଟ କରାଯାଇ ପାରିବ। ମାତ୍ର ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ପଡିବ। ତେବେ ଏହାର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ନେଇ ଆସନ୍ତା ଦିନେ,ଦୁଇଦିନ ମଧ୍ୟରେ ତଥ୍ୟ ବା ଏହି ଆପ୍‌ ସାର୍ବଜନୀନ ହେବ ବୋଲି ସମ୍ପୃକ୍ତ ଛାତ୍ର ଜଣକ କହିଛନ୍ତି।

ଏନ୍‌ଆଇଟି ତୃତୀୟ ବର୍ଷ ହ୍ୟୁମାନିଟିଜ୍‌ ବିଭାଗ ତଥା କମ୍ପ୍ୟୁଟର ବ୍ୟାକ୍‌ଗ୍ରାଉଣ୍ଡ ଥିବା ଛାତ୍ର ବିନୀତ କୁମାର(୩୧) ଗତ ୩ ସପ୍ତାହ ଧରି ଏହା ଉପରେ ଗବେଷଣା କରୁଥିଲେ। ଏଥିରେ ତାଙ୍କୁ ସଫଳତା ମିଳିଥିବା ସେ ପରୋକ୍ଷରେ ଦାବି କରିଛନ୍ତି। ପ୍ରଥମେ ଏହି ଆପ୍‌କୁ ଏକ ନିର୍ଦ୍ଦିଷ୍ଟ ସଫ୍ଟୱେର ମାଧ୍ୟମରେ ମୋବାଇଲରେ ଡାଉନ୍‌ଲୋଡ କରିବାକୁ ହେବ। ୨ ଦିନ ପରେ ଏହା ଆକ୍‌ଟିଭେଟ୍‌ ହୋଇଯିବ। ପରେ ଆଇଆର ସେନ୍ସର ମାଧ୍ୟମରେ କାମ କରୁଥିବା ଏହି ଆପ୍‌ରେ ନିଜ ଫଟୋ ଉଠାଇ ଏଥିରେ ଅପ୍‌ଲୋଡ କରିବାକୁ ପଡିବ। ଏଥିରୁ ବଡି ଟେମ୍ପରେଚର ସହ କରୋନାର ହିଟ୍‌ ପ୍ରୋଫାଇଲକୁ ମ୍ୟାଚ୍‌ କରାଇବାକୁ ପଡିବ। ଫଳରେ ଜଣକୁ କେବଳ ସନ୍ଧିଗ୍ଧ କରୋନା ଆକ୍ରାନ୍ତ ବୋଲି ମୌଖିକ ଭାବେ ଚିହ୍ନଟ କରାଯାଇ ପାରିବ। ଚୂଡାନ୍ତ ଭାବେ ଜଣେ କରୋନା ଆକ୍ରାନ୍ତ କି ନୁହେଁ ତାହା ଏଥିରୁ ସ୍ପଷ୍ଟ ହେବା ଭଳି ବ୍ୟବସ୍ଥା ନାହିଁ। ଜଣଙ୍କୁ ଭାଇରାଲ ଫିଭର ହୋଇଛି ନା କରୋନା ତାହା କେବଳ ସନ୍ଦେହ ପରିସରଭୁକ୍ତ ହୋଇପାରିବ। ପରବର୍ତ୍ତୀ ଅବସ୍ଥାରେ ଜଣେ ଡାକ୍ତରଖାନା ଯାଇ ନିଜ ସନ୍ଦେହ ଦୂର କରିପାରିବ ବୋଲି କୁମାର କହିଛନ୍ତି। ତେବେ ଏନ୍‌ଆଇଟି ପକ୍ଷରୁ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri