ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରିସରକୁ ବେଆଇନ ଭାବେ ପ୍ରବେଶ କଲା ୨ ଭାରୀଯାନ: ୪ ଯବାନ ନିଲମ୍ବିତ

ରାଉରକେଲା ଅଫିସ,୨୮।୧୨: ରାଉରକେଲା ଷ୍ଟିଲପ୍ଲାଣ୍ଟ ପରିସରକୁ ବିନା ଏଣ୍ଟ୍ରି ପାସ୍‌ରେ ୨ଟି ଭାରୀଯାନ ସନ୍ଦେହାତ୍ମକ ଭାବେ ପ୍ରବେଶ କରିବାକୁ ନେଇ ବିଭାଗୀୟ ଅଧିକାରୀ ଶନିବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଘଟଣାରେ ୪ ସିଆର୍‌ପିଏଫ୍‌ ଯବାନଙ୍କୁ ନିଲମ୍ବନ ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ସୂଚନାନୁଯାୟୀ, ଏକ ଟ୍ରକ୍‌ ଓ ଏକ ଟ୍ରେଲର ବେଆଇନ ଭାବେ କାରଖାନାରେ ପ୍ରବେଶ କରିଥିଲେ। ଏହି ସମୟରେ ଯବାନମାନେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ ହେଁ କିଭଳି ଏଭଳି ଘଟଣା ଘଟିଲା ତାହାକୁ ନେଇ ସନ୍ଦେହ ଉପୁଜିଛି। ଏଣୁ ଟାଙ୍ଗରପାଲି ପୋଲିସ ଓ ସିଆଇଏସ୍‌ଏଫ୍‌ କର୍ତ୍ତୃପକ୍ଷ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। କାର୍ଯ୍ୟରେ ଅବହେଳା ନେଇ ଯବାନମାନଙ୍କୁ ନିଲମ୍ବିତ କରାଯାଇଛି। ଗାଡ଼ିକୁ ଛାଡ଼ି ଡ୍ରାଇଭରମାନେ ଫେରାର ହୋଇଯାଇଛନ୍ତି। ଏହା ପଛରେ ଲୁହା ଚୋରି ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି।

Share